ନୂଆଦିଲ୍ଲୀ : ପଞ୍ଜାବରେ ଆଜି କୃଷକମାନେ ପଞ୍ଜାବ ବାନ୍ଧ ବୋଲି କହିଛନ୍ତି । ଟ୍ରେନ, ବସ ଯାତ୍ରୀବାହୀ ଯାନ ବନ୍ଦ ରହିବ । ରେଳ ଟ୍ରାକ ସହିତ ଯାତାୟତକୁ ରୋକିବା ପାଇଁ ଚାଷୀମାନେ ଚେତାବନୀ ଦେଇଛନ୍ତି । ସକାଳ ୭ଟାରୁ ୪ଟା ପଯ୍ୟନ୍ତ ରାସ୍ତା ଏବଂ ରେଳ ଚଳାଚଳ ବନ୍ଦ ରହିବ । ଏହି କାରଣରୁ ଉତ୍ତର ପ୍ରଦେଶ ଦେଇ ପଞ୍ଜାବକୁ ଯାଉଥିବା ୧୫୦ଟି ଟ୍ରେନ ବାତିଲ ହୋଇଛି । ୨୦୦ ରୁ ଅଧିକ ଟ୍ରେନ ପ୍ରଭାବିତ ହେବ । ଆଜି ଟ୍ରାକ ଉପରକୁ ଚାଷୀମାନେ ଓହ୍ଲାଇଛନ୍ତି । ଏଭଳି ପରିସ୍ଥିତିରେ ଦିଲ୍ଲୀ , ହରିୟାଣା, ୟୁପ ଏବଂ ଏହାର ଆଖପାଖ ରାଜ୍ୟରୁ ପଞ୍ଜାବକୁ ଆସୁଥିବା ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ନୂଆଦିଲ୍ଲୀ – ପଞ୍ଜାବ ଟ୍ରାକରେ ୧୮ଟି ଏକ୍ସପ୍ରେସ ଟ୍ରେନକୁ ବାତିଲ କରାଯାଇଛି । ଏହି ଟ୍ରେନ ଗୁଡିକ ନୂଆଦିଲ୍ଲୀ ଏବଂ ପଞ୍ଜାବରୁ ଯିବ ନାହିଁ ।
ଜାଣନ୍ତୁ କେଉଁ ଟ୍ରେନ ଗୁଡିକ ବାତିଲ ରହିବ
ବାଥିଣ୍ଡା ଏକ୍ସପ୍ରେସ ୧୪୫୦୮
ଅମ୍ରାପାଲି ଏକ୍ସପ୍ରେସ ୧୫୭୦୭- ୧୫୭୦୮
ଇଣ୍ଟରସିଟି ଏକ୍ସପ୍ରେସ ୧୨୪୬୦
ଅନ୍ଟାହାର ଏକ୍ସପ୍ରେସ ୧୪୨୧୭
କାଲ୍କା ଶତାବାଡି ୧୨୦୧୧- ୧୨୦୧୨
ପାଶିମ ଏକ୍ସପ୍ରେସ ୧୨୯୨୫
ଜନ ଶତାବାଡି ଏକ୍ସପ୍ରେସ ୧୨୯୨୫
ମାଲଫ୍ୱା ସୁପରଫାଷ୍ଟ ଏକ୍ଲପ୍ରେସ ୧୨୯୧୯-୧୨୯୨୦
ଦାଦର ଏକ୍ଲପ୍ରେସ ୧୧୦୫୭ – ୧୧୦୫୮
ଶାନ- ଇ – ପଞ୍ଜାବ ଏକ୍ଲପ୍ରେସ ୧୨୪୯୭- ୧୨୪୯୮
ପଠାନକୋଟ ଏକ୍ସପ୍ରେସ ୨୨୪୨୯- ୨୨୪୩୦
ସାହାରନପୁର – ଉନା ହିମାଚଳ ଏକ୍ସପ୍ରେସ ୦୪୫୦୧
ରାମନଗର ଚଣ୍ଡୀଗଡ ଏକ୍ସପ୍ରେସ ୧୨୫୨୭ – ୧୨୫୨୮
ହରିଦ୍ୱାର – ଜନଶାବାଡି ଏକ୍ସପ୍ରେସ ୧୨୦୫୪
କଲକା – ଦିଲ୍ଲୀ ଏକ୍ସପ୍ରେସ ୧୪୩୩୨
ଇଷିକେଶ ଇଣ୍ଟରସିଟି ଏକ୍ସପ୍ରେସ ୧୪୮୧୫
ହରିଦ୍ୱାର – ଶ୍ରୀ ଗଙ୍ଗନଗର ଏକ୍ସପ୍ରେସ ୧୪୧୨୫
ଏଭଳି ଅନ୍ୟ କେତୋଟି ଟ୍ରେନ ମଧ୍ୟ ବାତିଲ ରହିବ ।
ପଞ୍ଜାବରେ ଚାଶୀଙ୍କ ଦାବି କଣ ରହିଛି ଜାଣନ୍ତୁ …
ସର୍ୱନିମ୍ନ ସହାୟତା ମୂଲ୍ୟର ଗ୍ୟାରେଣ୍ଟି , ସରକାର ସେମାନଙ୍କ ଋଣ ଛାଡ କରିବାକୁ ଦାବି କରିଛନ୍ତି । ବିଦ୍ୟୁତ ହାର ହ୍ରାସ , ଫସଲ ବୀମା ଯୋଜନା ମଜଭୁତ କରିବା ପାଇଁ ଯାହାକି ପ୍ରାକୃତିକ ବିପଯ୍ୟୟରେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି କୃଷକ ।