37.1 C
Bhubaneswar
Monday, April 7, 2025
Homeଖେଳଲକ୍ଷ୍ନୌକୁ ୮ ୱିକେଟରେ ପରାସ୍ତ କଲା ପଞ୍ଜାବ

ଲକ୍ଷ୍ନୌକୁ ୮ ୱିକେଟରେ ପରାସ୍ତ କଲା ପଞ୍ଜାବ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତରତ୍ନ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ଏକ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୮ ୱିକେଟରେ ପରାସ୍ତ କରିଛି ପଞ୍ଜାବ କିଙ୍ଗସ୍ । ଲକ୍ଷ୍ନୌ ଦ୍ୱାରା ରଖାଯାଇଥିବା ୧୭୨ ରନର ଲକ୍ଷ୍ୟକୁ ପଞ୍ଜାବ ୧୬.୨ ଓଭରରେ ୧୭୭ ରନ କରି ହାସଲ କରିନେଇଥିଲା ।

ଦଳ ପକ୍ଷରୁ ପ୍ରଭସିମରନ ସିଂ ୬୯ ରନ କରିଥିବାବେଳେ ଶ୍ରେୟସ ଆୟର ୫୨ ରନ ଓ ନିହାଲ ୱାଧେରା ୪୩ରନ କରିଥିଲେ । ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ଆରମ୍ଭରୁ ମିଚେଲ ମାର୍ସଙ୍କ ୱିକେଟ ହରାଇ ବିପଦରେ ପଡ଼ିଥିଲା । ସେ ଖାତା ଖୋଲିପାରିନଥିଲେ । ସେହିପରି ଅଧିନାୟକ ଋଷଭ ପନ୍ତ ମଧ୍ୟ ୨ ରନ କରିଥିଲେ । ତେବେ ଆଇଡେନ ମାର୍କରାମ ଓ ନିକୋଲାସ ପୁରନ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । ମାର୍କରାମ ୨୮ ରନ ଓ ପୁରନ ୪୪ ରନ କରିଥିଲେ । ଆୟୁଷ ବାଦୋନି ୪୧ ରନ ଓ ଅବଦୁଲ ସମଦ ୨୭ ରନ କରିଥିଲେ । ଡେଭିଡ ମିଲର ୧୯ ରନ କରିଥିଲେ । ଏହା ଫଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୧ ରନ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking