23.1 C
Bhubaneswar
Wednesday, December 31, 2025
Homeଓଡିଶାପିୟୁସିସି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

ପିୟୁସିସି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ଆସ୍ୱସ୍ତିକର ଖବର । ପିୟୁସିସି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା ଅବଧି । ଏପ୍ରିଲ ୧ରୁ କଡାକଡି ହେବ ଯାଞ୍ଚ । ପୂର୍ବରୁ ଜାନୁଆରୀରୁ ଫେବୃଆରୀକୁ ବଢାଯାଇଥିଲା ଅବଧି । ପିୟୁସିସି ପାଇଁ ଲୋକଙ୍କ ପ୍ରବଳ ଭିଡ ଜମୁଛି । ଲୋକଙ୍କ ସମସ୍ୟା ଅସୁବିଧାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି କହିଲେ ପରିବହନ ମନ୍ତ୍ରୀ । ଏହା ସହ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଚେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ୱାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ଅଗ୍ରାଧିକାରୀ ଦେବୁ । ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା ହେବ । ଯେଉଁମାନେ ପିୟୁସିସି କରି ସାରିଛନ୍ତି, ସେମାନେ ଷ୍ଟିକର ଆରଟିଓରୁ ପାଇବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking