ଭୁବନେଶ୍ୱର: ପିୟୁସିସି ଦ୍ୱନ୍ଦ୍ୱ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ । ଏ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନୋଟିସ ଦେବାକୁ କୁହାଯାଇଛି । ପରିବହନ କମିଶନରଙ୍କୁ ୨ ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ କୁହାଯାଉଥିଲା ଯେ ଚାଲାଣ ନଭରିଲେ ପିୟୁସିସି ମିଳିବନି । ସେ ଦ୍ୱନ୍ଦ୍ୱକୁ ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ ହୋଇଛି । ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ ।










