23.1 C
Bhubaneswar
Monday, February 9, 2026
Homeଓଡିଶାବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ଜନସାଧାରଣଙ୍କ ବିଶ୍ୱାସ ବଢ଼ିଛି: ମନମୋହନ ସାମଲ

ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ଜନସାଧାରଣଙ୍କ ବିଶ୍ୱାସ ବଢ଼ିଛି: ମନମୋହନ ସାମଲ

ଭୁବନେଶ୍ୱର: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି । ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ଜଗତ୍‌ସିଂହପୁର ଜିଲ୍ଲା ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଓ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଏହି ମିଶ୍ରଣ ଦ୍ୱାରା ତିର୍ତୋଲ ନିର୍ବାଚନମଣ୍ଡଳୀ ସମେତ ଜଗତ୍‌ସିଂହପୁର ଜିଲ୍ଲା ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଏବଂ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନ ଅଧିକ ସୁଦୃଢ଼ ହୋଇପାରିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ସରକାର ଯାହା କହିଛି ତାହା କରୁଥିବାରୁ ଲୋକଙ୍କ ବିଶ୍ୱାସ ଦିନକୁ ଦିନ ବଢ଼ିବାରେ ଲାଗିଛି । ସଂକଳ୍ପପତ୍ରରେ ବିଜେପି ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି । ଧାନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୩୧୦୦ ଟଙ୍କା କରିବା, ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବା, ପୁରୀ ଶ୍ରୀମନ୍ଦିରକୁ ୫୦୦ କୋଟି ଟଙ୍କା କର୍ପସଫଣ୍ଡ ଦେବା, ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ୧୫ ଲକ୍ଷ୍ୟ ହେକ୍ଟର ଜମିରେ ଜଳସେଚନ କରିବାକୁ ସଂକଳ୍ପ ନେବା, ଚିଟ୍‌ଫଣ୍ଡରେ ଜମା କରିଥିବା କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଭଳି ବିକାଶମୂଳକ କାର୍ଯ୍ୟ କରିଛି । ଓଡ଼ିିଶାରେ ଅନେକ ସମ୍ଭବନା ରହିଛି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ୧ନମ୍ବର ରାଜ୍ୟ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି । ୨୦୪୭ ବିକଶିତ ଭାରତ ଗଠନ କରିବା ପାଇଁ ସେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିରେ ଓଡ଼ିଶାର ସର୍ବାଧିକ ଭାଗିଦାରୀ ରହିବ । ଏଥିପାଇଁ ଓଡ଼ିଶାରେ ଚାଷଠାରୁ ଆରମ୍ଭ କରି ଶିଳ୍ପ, ପର୍ଯ୍ୟଟନ, ଗମନାଗମନର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବାକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅହରହ ପରିଶ୍ରମ କରୁଛନ୍ତି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଆମ ସମସ୍ତଙ୍କୁ ମିଳିମିଶି କଠିନ ପରିଶ୍ରମ କରିବାକୁ ହେବ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମକୁ ସଂକଳ୍ପ ନେବାକୁ ହେବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ପଂଚାୟତ ସମିତି ସଦସ୍ୟ ଶ୍ରୀ ବିଜୟ ତରାଇ, ବିଭୁତି ତରାଇ, ଉଲ୍ଲାସ ଚନ୍ଦ୍ର ତରାଇ, ଭାସ୍କର ତରାଇ, ଗୋଲଖ ତରାଇ, ମିଲନ ଦଳେଇ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଜଗତ୍‌ସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଦେବୀ ପ୍ରସାଦ ତ୍ରିପାଠୀ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ କୁମାର ଦାସ, ପୂର୍ବତନ ଅଧ୍ୟକ୍ଷ ପଦ୍ମନାଭ ଭୋଇ, ଆତ୍ମା କମିଟି ପୂର୍ବତନ ଅଧ୍ୟକ୍ଷ ନୃସିଂହ କୁମାର ଦାସ, ପୂର୍ବତନ ସରପଂଚ ନେତ୍ରନନ୍ଦ ପାତ୍ର, ୨ନଂ.ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାସ, ସରପଂଚ ପରୱେଜ ଅହମ୍ମଦ୍‌, ଲକ୍ଷ୍ମୀପ୍ରିୟା ମାଝୀ, କାହ୍ନୁଚରଣ ବେହେରା, ଯୁଧିଷ୍ଠିର ବେହେରା, ମନୋରଞ୍ଜନ ଭୋଇ, ପୂର୍ବତନ ସରପଂଚ ଚିରଞ୍ଜିବ ପଟ୍ଟନାୟକ, କାଳନ୍ଦୀ ଚରଣ ବସ୍ତିଆ, ପ୍ରବୋଧ କୁମାର ତ୍ରିପାଠୀ, ସୁଜିତ୍ କୁମାର ଭୋଇ, ଅମିତ କୁମାର ରାଉଳ, କାହ୍ନୁ ଚରଣ ବେହେରା, ପ୍ରଶାନ୍ତ କୁମାର ହୋତା, ସନ୍ତୋଷ କୁମାର ରାୟ, ସୁଧାଂଶୁ ଶେଖର ଜେନାମଣି, ପ୍ରଶାନ୍ତ କୁମାର ମିଶ୍ର, ପ୍ରଶାନ୍ତ କୁମାର ଓତା, ନାୟବ ସରପଂଚ କୁଦ୍ରତ୍ ଅଲ୍ଲି ଖାନ୍‌, ସୁବାଷ ଭୋଇ, ପୂର୍ବତନ ନାୟବ ସରପଂଚ ସାଗର ରଞ୍ଜନ ସାହୁ, ପଂଚାୟତ ସମିତି ସଦସ୍ୟ ସମ୍ପୂର୍ଣ୍ଣା ନନ୍ଦ ମିଶ୍ର, କଲ୍ୟାଣୀ ଭୋଇ, ଅଭୟ କୁମାର ଜେନା, ସଂଗ୍ରାମ କେଶରୀ ନାୟକ, ମାମିନା ସିଂ, ସସ୍ମିତା ଦାସ, ପ୍ରଶାନ୍ତ କୁମାର ବେହେରା, ପ୍ରଗତୀ ଦଳେଇ, ରଶ୍ମୀରଞ୍ଜନ ବେହେରା, ରାଜେଶ କୁମାର ଭୋଇ, ମମତା ନାୟକ, ପୂର୍ବତନ ପଂଚାୟତ ସମିତି ସଦସ୍ୟ ଅକ୍ଷୟ କୁମାର ମଲ୍ଲିକ, ଆଦିକାନ୍ଦ ସାହୁ, ବିଶ୍ୱରଞ୍ଜନ ପାତ୍ର, ସୁନୀଲ କୁମାର ଦାସ, ସମାଜସେବୀ ଶିଶିର ଶେଖର ସାହୁ, ପ୍ରଭାତ କୁମାର ବେହେରା, ସମୀର କୁମାର ସିଂ, ଅଶୋକ କୁମାର ବିଶ୍ୱାଳ, ଧର୍ମେନ୍ଦ୍ର ପାତ୍ର, ସଞ୍ଜୟ କୁମାର ଦଳପତି, ବିଶ୍ୱଜିତ୍ ବାରିକ, ବିଷ୍ଣୁଚରଣ ବେହେରା, ସଞ୍ଜୟ କୁମାର ଜେନା, ଜିତେନ୍ଦ୍ରନାଥ ଖଣ୍ଡୁଆଲ, ସୌମ୍ୟରଞ୍ଜନ ମଲ୍ଲ, ମାନସ ରଞ୍ଜନ ସାମଲ, ତ୍ରିଲୋଚନ ସ୍ୱାଇଁ, ତନୱିର ଅହମ୍ମଦ, ବିଜେଡି ଯୁବ ସଭାପତି ଦେବାଶିଷ ମହାନ୍ତି, ପଂଚାୟତ ଯୁବ ସଭାପତି ସଦାଶିବ ମହାପାତ୍ର, ଅଶୋକ ପଣ୍ଡା, ପାଣି ପଂଚାୟତ ସମ୍ପାଦକ ରଞ୍ଜିତ ପାତ୍ର, ପୂର୍ବତନ ବ୍ଲକ ସଭାପତି ସିତାଂଶୁ ଶେଖର ରାୟ, ଏସିଏସ୍ ସଭାପତି ନନ୍ଦ କିଶୋର ବସ୍ତିଆ, ଏସିଏସ୍ ନିର୍ଦ୍ଦେଶକ ଭାଗିରଥୀ ବେହେରା, ବିଶ୍ୱମ୍ବର ମହାପାତ୍ର, ପୂର୍ବତନ ଏସିଏସ୍ ନିର୍ଦ୍ଦେଶକ ବଟକୃଷ୍ଣ ସେଠୀ, ପୂର୍ବତନ ଏସିଏସ୍ ସଭାପତି ପଂଚାନନ ବେହେରା, ସୁବ୍ରତ କୁମାର ପଟ୍ଟନାୟକ, ସତ୍ୟନାରାୟଣ ତ୍ରିପାଠୀ, ବରିଷ୍ଠ ନାଗରିକ ମଂଚ ସମ୍ପାଦକ ରଞ୍ଜିତ ମହାନ୍ତି, ସାମ୍ବାଦିକ ବସନ୍ତ କୁମାର ବେହେରା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରିବା ସହ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଛନ୍ତି । ଏହି ଅବସରରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ଶ୍ରୀ ବିଷ୍ଣୁ ଦାସ, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ପୁରୀ ଜିଲ୍ଲା ସଭାପତି ଡ. ଦେବେନ୍ଦ୍ରନାଥ ତରେଇ, ଜଗତ୍‌ସିଂହପୁର ଜିଲ୍ଲା ପ୍ରଭାରୀ ଶ୍ରୀ ସୁବାସ ଜେନା, ତିର୍ତୋଲ ବିଧାନସଭା ପ୍ରାର୍ଥୀ ଶ୍ରୀ ରାଜକିଶୋର ବେହେରା, ବାଲିକୁଦା-ଏସରମା ପ୍ରାର୍ଥୀ ଶ୍ରୀ ସତ୍ୟସାରଥି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking