26.1 C
Bhubaneswar
Saturday, April 4, 2026
Homeଓଡିଶାମୂଳ ନିବାସୀ ୟୁନାଇଟେଡ ଫୋରମ ପକ୍ଷରୁ ଗଣ ଧାରଣା

ମୂଳ ନିବାସୀ ୟୁନାଇଟେଡ ଫୋରମ ପକ୍ଷରୁ ଗଣ ଧାରଣା

ଯାଜପୁର : ଧର୍ମଶାଳା ମାଣ୍ଡିଆ ଠାରେ ଥିବା ମାଟ୍ରିକ୍ସ କମ୍ପାନୀ ରେ ଦଳିତ ଶ୍ରମିକ ମାନଙ୍କୁ ଛଟେଇ ,ଜଙ୍ଗଲ ଜମି ଉପରେ ତିଆରି ହୋଇଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ମୂଲ ନିବାସୀ ଆଦିବାସୀ ଫୋରମ୍ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ଧାରଣା ଦିଆଯାଇଛି। ଅଭିଯୋଗ ମୁତାବକ କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ବିଧାୟକ ଙ୍କ ନିର୍ଦ୍ଦେଶରେ ଏଭଳି ମାନଙ୍କୁ ନିର୍ଯାତନା ଦିଆଯାଉଛି। ଏହାର ପ୍ରତିବାଦ ରେ ସଂଗଠନ ର ଶତାଧିକ ସମର୍ଥକ ଏକ ଶୋଭାଯାତ୍ରା ରେ ଆସି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଙ୍କ ବିରୋଧରେ ନାରାବାଜି କରିବା ସହିତ ତାଙ୍କ ଫଟୋ କୁ ଚପଲ ମାଡ କରିଥିଲେ। ଏପରିକି ମହିଳା ମାନେ ହିମାଂଶୁ ଙ୍କ ଫଟୋ ରେ ଗୋବର ମାରିଥିଲେ। ତୁରନ୍ତ ଏହି ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking