17.1 C
Bhubaneswar
Wednesday, February 4, 2026
Homeଓଡିଶାଡ଼ଃ ବି ଆର ଆମ୍ବେଦକର କରଙ୍କ ୬୯ତମ ମହାପ୍ରୟାଣ ଦିବସ ଉପଲକ୍ଷେ ସଭା

ଡ଼ଃ ବି ଆର ଆମ୍ବେଦକର କରଙ୍କ ୬୯ତମ ମହାପ୍ରୟାଣ ଦିବସ ଉପଲକ୍ଷେ ସଭା

ଯାଜପୁର: ଡଃ ବି.ଆର, ଆମ୍ବେଦକରଙ୍କ ୬୯ ତମ ମହାପ୍ରୟାଣ ଦିବସ ଉପଲକ୍ଷେ ଆମ୍ବେଦକର ବିକାଶ ପରିଷଦ ବରୀ ପକ୍ଷରୁ ରବିବାର ଆମ୍ବେଦକର ଭବନ, ନେଉଳା ଠାରେ ମହାସମାରୋହରେ ଅନୁଷ୍ଠାନ ସଭାପତି ବିଶିଷ୍ଟ ଶିକ୍ଷାବିତ ଦୁର୍ଯ୍ୟଧନ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଦିବସରେ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା, ବରୀର ପୂର୍ବତନ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରମ୍ପା ସରପଞ୍ଚ ମାନସ ଜେନା, ଆର୍ତ୍ତତ୍ରାଣ ମଲ୍ଲିକ, ହରିଶ୍ଚନ୍ଦ୍ର ଦାସ, ଅଭିନ କୁମାର ଜେନା, ଦୁଷ୍ମନ୍ତ ସେଠୀ, ବିଜୟ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାବା ସାହେବଙ୍କ ଦେଶ ଓ ସମ୍ବିଧାନ ପ୍ରତି ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷାବିତ ଜଳଧର ମଲ୍ଲିକ ଅତିଥି ପରିଚୟ ଦେଇଥିବା ବେଳେ ରମାକାନ୍ତ ମଲ୍ଲିକ ସ୍ୱାଗତ ଭାଷଣ ସହ ସମ୍ବିଧାନ ପଠନ କରିଥିଲେ। କୁନି ପ୍ରବଚକ ସାଇ ପ୍ରସାଦ ସମ୍ବିଧାନକୁ ବଞ୍ଚେଇବା ପାଇଁ ଆଜି ଆମକୁ ବଜ୍ର ଶପଥ ନେବାକୁ ହେବ। କହିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking