31.1 C
Bhubaneswar
Tuesday, March 31, 2026
Homeଓଡିଶାକିଟ୍ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ନେପାଳରେ ପ୍ରତିବାଦ

କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ନେପାଳରେ ପ୍ରତିବାଦ

ନେପାଳ: କିଟ୍ କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବିଧାନସଭା କୁହନ୍ତୁ କି ରାଜରାସ୍ତା ଚାରିଆଡେ ପ୍ରତିବାଦର ସ୍ୱର । ଏହାର ପ୍ରଭାବ ମଧ୍ୟ ନେପାଳରେ ଦେଖିବାକୁ ମିଳିଛି । ନେପାଳ ରାଜରାସ୍ତାରେ ଶହ ଶହ ଛାତ୍ର ଛାତ୍ରୀ କିଟ୍ ବିରୋଧରେ ନାରାବାଜି କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ତୁରନ୍ତ ନ୍ୟାୟ ଦାବି କରିଛନ୍ତି । ସେପଟେ କିଟ୍ କଲେଜ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ନ୍ୟାୟ ଦାବି କଲେ ମୃତ ଛାତ୍ରୀଙ୍କ ବାପା। କହିଲେ ଓଡ଼ିଶା ପୋଲିସ ଓ ଏଠାକାର ନାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ଝିଅ ମୃତ୍ୟୁ ପାଇଁ ତାଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ ବୋଲି ମୃତ ଛାତ୍ରୀଙ୍କ ବାପା କହିଛନ୍ତି। ପ୍ରେମ, ପ୍ରତାରଣାକୁ ନେଇ କିଟ୍ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ପରେ ତାଙ୍କ ପୁରୁଷ ବନ୍ଧୁକୁ ଗିରଫ କରାଯାଇଛି। ସେପଟେ ମୃତ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍ସରେ ରହିଛି। ଛାତ୍ରୀ ମୃତ୍ୟୁକୁ ନେଇ ଗତକାଲି କଲେଜ କ୍ୟାମ୍ପସରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଥିଲା। ନେପାଳୀ ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କଲେଜରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି। କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମୁଂହରେ ମାସ୍କ ପିନ୍ଧି ଶାନ୍ତିପୂର୍ଣ୍ଣ ଧାରଣା। ବିଶ୍ୱବିଦ୍ୟାଳୟ ରେ ସୁରକ୍ଷିତ ନଥିବା ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା। ଏହି ଘଟଣାରେ ସଠିକ ତଦନ୍ତ କରାଯାଇ ସେହି ଝିଅ କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି। ଆଜି ତା ସହ ହୋଇଛି କାଲି ଆମ ସହ ହୋଇପାରେ, କ୍ୟାମ୍ପସ ରେ ଅନେକ ଘଟଣା ଘଟୁଛି ଏବଂ ତାହା କ୍ୟାମ୍ପସ ଭିତରେ ଚାପିଦିଆଯାଉଛି। ବିଶ୍ୱବିଦ୍ୟାଳୟ କତୃପକ୍ଷ ଗୁଣ୍ଡାଗର୍ଦି କରୁଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking