22.1 C
Bhubaneswar
Sunday, December 14, 2025
Homeଓଡିଶାପ୍ରତିବାଦ ଜାରି ରହିବ: ରଣେନ୍ଦ୍ର

ପ୍ରତିବାଦ ଜାରି ରହିବ: ରଣେନ୍ଦ୍ର

ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ନ୍ୟାୟ ଦାବି କରି ଲୋକସେବା ଭବନ ଘେରାଉ ଉଦ୍ୟମ କରିଛି ବିଜେଡି । ନ୍ୟାୟିକ ତଦନ୍ତ ଦାବି କଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କହିଲେ ବିଧାନସଭା ବାହାରେ ଓ ଭିତରେ ପ୍ରତିବାଦ ଜାରି ରହିବ । ବାଲେଶ୍ବର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଚାଲିଛି ପ୍ରତିବାଦ । ବିଜେଡିର ବରିଷ୍ଠ ନେତାଙ୍କ ସହ ଯୁବ-ଛାତ୍ର ଓ ମହିଳା କର୍ମୀ ସାମିଲ ହୋଇଛନ୍ତି ଆନ୍ଦୋଳନରେ । ଅନ୍ୟପଟେ ଆପୋଲ ହସ୍ପିଟାଲ ଆଇସିୟୁରେ ବବି ଦାସ ଭର୍ତ୍ତି ହୋଇଛନ୍ତି । ଆନ୍ଦୋଳନ ସମୟରେ ଲୁହବୁହା ଗ୍ୟାସ ମାଡରେ ଆହତ ପ୍ରଣବ ପ୍ରକାଶ ଦାସ । ଲୋକସେବା ଭବନ ଘେରାଉ ବେଳେ ଆହତ ହୋଇଛନ୍ତି । ତାଙ୍କ ସହ ଆନ୍ଦୋଳନ ବେଳେ ଅନେକ ବିଜେଡି ନେତା ଓ କର୍ମୀ ଆହତ ହୋଇଛନ୍ତି । ପ୍ରଣବ ପ୍ରକାଶ ଦାସ ସମେତ ପ୍ରୀତିରଞ୍ଜନ ଘଡେଇ, ସୁଲତା ଦେଓ, ପ୍ରମିଳା ମଲ୍ଲିକ, ବିଶ୍ୱ ମଲ୍ଲିକ ଆହତ ହୋଇଛନ୍ତି । ସୁନିଲ ମହାନ୍ତି, ସଞ୍ଜିବ ମଲ୍ଲିକ ଆପୋଲୋରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking