17.1 C
Bhubaneswar
Wednesday, February 4, 2026
Homeଓଡିଶାଯାଜପୁର ରୋଡ ଠାରେ ଜିନ୍ଦଲ - ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର ଓ...

ଯାଜପୁର ରୋଡ ଠାରେ ଜିନ୍ଦଲ – ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର ଓ ଅନ୍ୟ ୫ଜଣଙ୍କୁ ବିନା ସର୍ତ୍ତରେ ଖଲାସ ଦାବିରେ ପ୍ରତିବାଦ

ଯାଜପୁର: ଆଜି ଯାଜପୁର ରୋଡଠାରେ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରିବା, ଜିନ୍ଦଲ – ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର ଓ ଅନ୍ୟ ୫ଜଣଙ୍କୁ ବିନା ସର୍ତ୍ତରେ ଖଲାସ କରିବା, ମିଥ୍ୟା ମକୋଦ୍ଦମା ପ୍ରତ୍ୟାହାର କରିବା, ଜିନ୍ଦଲ – ପୋସ୍କୋ ସହ କେନ୍ଦୁଝର ଜିଲ୍ଲାର ପାଟଣା ତହସିଲରେ ଦୋ ଫସଲି ଚାଷ ଜମିରେ କାରଖାନା ପାଇଁ ହୋଇଥିବା ମୋଓୟୁ ବାତିଲ ଦାବିରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଙ୍ଗଠନ ପକ୍ଷରୁ ଆଜି ସର୍ବଭାରତୀୟ ପ୍ରତିବାଦ ଦିବସକୁ ସଫଳ କରିବା ପରୀପ୍ରେକ୍ଷୀରେ ଯାଜପୁର ରୋଡଠାରେ ପ୍ରତିବାଦ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି। ଚାଷୀ ନେତା ମେଘନାଦ ମଲ୍ଲିକଙ୍କ ସଭାପତିତ୍ବରେ ଗୋପବନ୍ଧୁ ଛକଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶିଷ୍ଟ ସଙ୍ଗଠକ ବିଜୟାନନ୍ଦ ମଲ୍ଲିକ, କେଦାର ନାଥ ସାହୁ, ବିଜୟ ଜେନା, ଅଲେଖ ମଲ୍ଲିକ, ଶରତ ଜେନା, ସନ୍ତୋଷ ସାହୁ, ବିଶ୍ୱଜିତ୍ ମଲ୍ଲିକ, ବିଜୟ ସେନ୍ ଆଦି ବକ୍ତାମାନେ ରାଜ୍ୟରେ ପ୍ରତିଷ୍ଠିତ ବିଜେପି ସରକାର କମ୍ପାନୀ ସ୍ୱାର୍ଥରେ ମିଥ୍ୟା କେସ ଦେଇ ଜିନ୍ଦଲ – ପୋସ୍କୋ ପ୍ରତିରୋଧ ମଞ୍ଚର ସମ୍ପାଦକ ବେଣୁଧର ସର୍ଦ୍ଦାର ଓ ଅନ୍ୟ ୫ଜଣଙ୍କୁ ଅବିଳମ୍ବେ ଖଲାସ କରିବାକୁ ଦୃଢ଼ ଦାବି କରିଥିଲେ। ସଭା ପୂର୍ବରୁ ଏକ ଶୋଭାଯାତ୍ରା ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା କରିବା ଚଳିବ ନାହିଁ। ଶ୍ରମ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଆମର ଦାବି।ଖାଲି ପଡିଥିବା ଜାଗାରେ ଶିଳ୍ପ ପ୍ରତିଷ୍ଠା କରାଯାଉ। କେନ୍ଦୁଝର ଜିଲ୍ଲାର ପାଟଣାଠାରେ ୧୮ଟି ଗ୍ରାମର ଲୋକଙ୍କୁ ଭିଟାମାଟି ଓ ଦୁଇ ଫସଲି ଚାଷ ଜମିରୁ ଉଛେଦ କରିବା ବନ୍ଦ କର।ମିଥ୍ୟା କେସ ଦେଇ ଗିରଫ କରିବା ବନ୍ଦ କର। ଜିନ୍ଦଲ – ପୋସ୍କୋ ସହିତ ହୋଇଥିବା ମୋଓୟୁ ରଦ୍ଦ କର ଆଦି ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking