26.1 C
Bhubaneswar
Friday, March 27, 2026
Homeଓଡିଶାଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାରର ପ୍ରତିବାଦ: ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ବନ୍ଦ

ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାରର ପ୍ରତିବାଦ: ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ବନ୍ଦ

ମୟୁରଭଞ୍ଜ : ଦ୍ଵିତୀୟବର୍ଷର ଡାକ୍ତରୀ ପିଜି ଛାତ୍ରୀଙ୍କୁ ଗଣଧର୍ଷଣ ସହ ହତ୍ୟା କରାଯାଇଥିବା ଘଟଣାକୁନେଇ ଦିନକୁଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥିରେ ସଂପୃକ୍ତଙ୍କୁ ଚିହ୍ନଟ କରାଯାଇ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଦଣ୍ଡବିଧାନ ସହ ମୃତା ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଯଥେଷ୍ଟ କ୍ଷତିପୂରଣ ଯୋଗାଇ ଦେବା ସହ ଡାକ୍ତରଖାନା ପରିସରକୁ ସୁରକ୍ଷିତ ଅଞ୍ଚଳ ଘୋଷଣା ଦାବିରେ ଆନ୍ଦୋଳନ ମଜଭୁତ ହେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ନିକଟରେ କଲକାତାର ଆରଜି କର ମେଡିକାଲ କଲେଜ ଡାକ୍ତରୀ ଦ୍ବିତୀୟ ବର୍ଷ ପିଜି ଛାତ୍ରୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ଘଟଣା ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟାଳୟ ତଥା ପିଆରଏମ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ବନ୍ଦ । ଇଣ୍ଡିଆନ ମେଡିକାଲ ଆସୋସିଏସନ ମୟୂରଭଞ୍ଜ ଏବଂ ଓଏମଏସଏ ପକ୍ଷରୁ ମୟୂରଭଞ୍ଜରେ କାର୍ଯ୍ୟରତ ସମସ୍ତ ସରକାରୀ ଡାକ୍ତର ଓ ଛାତ୍ରୀଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଡାକ୍ତରୀ ଛାତ୍ରୀକୁ ନ୍ୟାୟ ଦାବିରେ ଶନିବାର ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ, ଘରୋଇ ଓ କର୍ପୋରେଟ ହସ୍ପିଟାଲ ଗୁଡିକରେ ଓପିଡି ଏବଂ ଅଣଜରୁରୀ ସେବା ଗୁଡିକ ୨୪ ଘଣ୍ଟା ଧରି ବନ୍ଦ ପଡିଥିଲା। ଫଳରେ ଜିଲ୍ଲା ମୁଖ୍ୟାଳୟକୁ ଆସିଥିବା ହଜାର ହଜାର ରୋଗୀ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହିଛନ୍ତି। କେବଳ ଆପାତକାଳୀନ ସେବା ପ୍ରଦାନ କରାଯାଇଥିବା ବେଳେ ସମସ୍ତ ବିଭାଗର ଓପିଡି ବନ୍ଦ ପଡିଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି। ଏହି ପରିପ୍ରେକ୍ଷୀରେ ଓଏମଏସଏର ଜିଲ୍ଲା ସଭାପତି ଡା. ପ୍ରଣବ ଶଙ୍କର ଦାଶ ଓ ସମ୍ପାଦକ ଡା.ସୌମ୍ୟରଞ୍ଚନ ନାୟକଙ୍କ ନେତୃତ୍ୱବରେ ଡାକ୍ତରଖାନା ପରିସରରେ କ୍ୟାଣ୍ଡେଲ ଜଳାଇ ଡାକ୍ତରୀ ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
କେବଳ ଜରୁରୀକାଳିନ ସେବା ଏବଂ ୱାର୍ଡରେ ଆଡ଼ମିଶନ ହୋଇଥିବା ରୋଗୀଙ୍କ ସେବା ବ୍ୟତୀତ ଓପିଡି ଏବଂ ଅନ୍ୟ ସବୁ ଡ୍ୟୁଟି ବର୍ଜନ କରିଛନ୍ତି ବୋଲି ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ ଓ ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।
ଦୋଷୀକୁ ଦଣ୍ଡ ଓ ଡାକ୍ତର ମାନଙ୍କୁ ସୁରକ୍ଷା ପ୍ରଦାନ ଦାବି କରାଯାଇଛି। ଡାକ୍ତରଖାନା ପରିସରକୁ ସୁରକ୍ଷିତ ଅଞ୍ଚଳ ଘୋଷଣା କରିବା ସହିତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ନିମନ୍ତେ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଦାବିରେ ଉଲ୍ଲେଖ କରିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନର ରାଜ୍ୟ ସଭାପତି ଡା. ଶ୍ୟାମସୁନ୍ଦର ଖଣ୍ଡେଲୱାଲ, ଇଣ୍ଡିଆନ ମେଡିକାଲ ଆସୋସିଏସନର ଜିଲ୍ଲା ସମ୍ପାଦକ ଡା. ବି.ଏନ ଦାସଙ୍କ ସମେତ ସମସ୍ତ ଡାକ୍ତର ଓ ଛାତ୍ରୀଛାତ୍ରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking