30.1 C
Bhubaneswar
Monday, October 28, 2024
Homeଓଡିଶାଶ୍ରମିକ ବିରୋଧୀ ନୀତିକୁ ବିରୋଧ: ୧୮ ଦଫା ଦାବି ନେଇ ୨୪ ଘଣ୍ଟିଆ ଧର୍ମଘଟ

ଶ୍ରମିକ ବିରୋଧୀ ନୀତିକୁ ବିରୋଧ: ୧୮ ଦଫା ଦାବି ନେଇ ୨୪ ଘଣ୍ଟିଆ ଧର୍ମଘଟ

ରାଉରକେଲା : କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ବିରୋଧ । ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣକୁ ବିରୋଧ ସହ ୧୮ ଦଫା ଦାବିରେ ଆଜି ଦେଶବ୍ଯାପୀ ୨୪ ଘଣ୍ଟିଆ ଧର୍ମଘଟ ପାଳନ କରୁଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ । ଦେଶର ସମସ୍ତ ଇସ୍ପାତ କାରଖାନା ଓ ଖଣି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ କରାଯାଉଛି । ସଂଗଠନର ଦାବି ଅନୁସାରେ, ସେଲ ଅଧିନରେ ପରିଚାଳିତ ସମସ୍ତ ଇସ୍ପାତ କାରଖାନାର ଶ୍ରମିକ ଓ କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ, ୩୯ ମାସର ବକେୟା ଏରିୟର ଅର୍ଥ ପ୍ରଦାନ ସହ ବୋନସ ଫର୍ମୁଲା ପରିବର୍ତ୍ତନ, ଗ୍ରାଚ୍ୟୁଇଟି ସିଲିଂର ଉଛେଦ କରାଯାଉଛି । ଆନ୍ଦୋଳନକୁ ସଫଳ କରିବା ପାଇଁ ରାଉରକେଲା ଶ୍ରମିକ ସଂଘ ବିକ୍ଷୋଭକୁ ଓହ୍ଲାଇଛି । ରାଉରକେଲା ଇସ୍ପାତ କାରଖାନାର ସମସ୍ତ ଫାଟକ ସମ୍ମୁଖରେ ସକାଳ ୬ଟାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧର୍ମଘଟ ଜାରି ରହିଛି । ଦାବି ପୂରଣ ନହେଲେ ଆଗକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିବ ବୋଲି ଶ୍ରମିକ ସଂଗଠନ ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking