27.1 C
Bhubaneswar
Sunday, February 22, 2026
Homeଅପରାଧକାମକୁ ଯିବା ବାହାନାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ

କାମକୁ ଯିବା ବାହାନାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ

ସୁନ୍ଦରଗଡ଼: କାମକୁ ଯିବା ବାହାନାରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ । ପୀଡ଼ିତା ମନ୍ଦିରରୁ ଫେରୁଥିବା ବେଳେ କାମକୁ ଯିବା ବାହାନାରେ ପୀଡ଼ିତାଙ୍କୁ ଉଠାଇ ନେଇଥିଲେ ଅଭିଯୁକ୍ତ । ଦୀର୍ଘ ୪ ଦିନ ଧରି ଏକ ହୋଟଲରେ ବନ୍ଦ ରଖି ପୀଡ଼ିତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । କୌଶଳ କ୍ରମେ ଖସିଆସି ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ସ୍ମାର୍ଟସିଟି ରାଉରକେଲାରେ ଏଭଳି ଲୋମଟାଙ୍କୁରା ଅପରାଧର ବର୍ତ୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ସୁନ୍ଦରଗଡ଼ ବଣାଇ ଅନ୍ତର୍ଗତ ଭାଲୁଡୁଙ୍ଗୁରିର ଏତୁଆ ଓରାମ(୩୯) ଏବଂ ଶଙ୍କର କିସାନ(୪୫) ଦିନ ମଜୁରିଆ ଭାବରେ କାମ କରୁଥିଲେ ।

ବଣାଇ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପରେ କାମ କରିବା ସମୟରେ ଜଣେ ଯୁବତୀଙ୍କ ସହ ସେମାନଙ୍କର ପରିଚୟ ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ବନ୍ଧୁ ଭାବରେ ଘନିଷ୍ଠତା ବଢିଥିଲା । ଗତ ୧୯ ତାରିଖର ଦିନ ପ୍ରାୟ ୧୦ ଟାରେ ଯୁବତୀ ଜଣଙ୍କ ମନ୍ଦିରରୁ ଫେରି ଘରକୁ ଯିବା ପାଇଁ ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ର ଛକରେ ଅଟୋକୁ ଅପେକ୍ଷା କରିଥିଲେ । ଏହି ସମୟରେ ଏତୁଆ ଓ ଶଙ୍କର ଏକ ମୋଟର ସାଇକେଲରେ ରାଉରକେଲା ସହର ବୁଲିବାକୁ ଯିବା ପାଇଁ ଯୁବତୀଙ୍କୁ କହିଥିଲେ । ତେବେ ପୂର୍ବରୁ ପରିଚିତ ଥିବାରୁ ସେମାନଙ୍କ ଉପରେ ଭରସା କରି ଯୁବତୀ ବୁଲିବାକୁ ଯିବା ପାଇଁ ରାଜି ହୋଇଥିଲେ । ତେବେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ସିଧାସଳଖ ବଣାଇରୁ ରାଉରକେଲା ନେଇ ଆସିଥିଲେ । ଏହାପରେ ପ୍ଲାଣ୍ଟ୍‌ସାଇଟ୍ ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟରେ ଏକ ହୋଟେଲରେ ରଖି ରାତି ସାରା ଗଣଦୁଷ୍କର୍ମ କରିଥିଲେ । ଏହାର ୨ ଦିନ ପରେ ଅର୍ଥାତ୍ ୨୧ ତାରିଖରେ ପୀଡ଼ିତାଙ୍କୁ ହୋଟେଲ୍‌ରୁ ସ୍ଥାନୀୟ ବାଲୁଘାଟର ଜଣେ ସମ୍ପର୍କୀୟ ଅଟୋ ଚାଳକଙ୍କ ଘରକୁ ନେଇ ଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking