19.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶସ୍ପା ସେଣ୍ଟରରେ ଚାଲିଥିଲା ଦେହ ବ୍ୟବସାୟ ! ୨୦ ଯୁବତୀ ଅଟକ

ସ୍ପା ସେଣ୍ଟରରେ ଚାଲିଥିଲା ଦେହ ବ୍ୟବସାୟ ! ୨୦ ଯୁବତୀ ଅଟକ

ମିରଟ : ମିରଟରେ ପୁଲିସ ଅନଧିକୃତ ସ୍ପା ସେଣ୍ଟର ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ମଙ୍ଗଳବାର ବଡ଼ ପଦକ୍ଷେପ ପୂର୍ବକ ଏକା ସାଥିରେ ଚାରୋଟି ସ୍ପା ସେଣ୍ଟର ଉପରେ ଚଢଉ କରିଥିଲା। ଏହି ସମୟରେ ପୁଲିସ ଘଟଣା ସ୍ଥଳରୁ ୨୦ ଜଣ ଯୁବତୀ ଓ ଜଣେ ଯୁବକଙ୍କୁ ଅଟକ ରଖିଛି , ସମସ୍ତଙ୍କୁ ପଚରାପଚରି କରୁଛି। ପୁଲିସ ଅଧିକାରୀଙ୍କ ଅନୁସାରେ , ଗତ ଅନେକ ଦିନରୁ ଲଗାତାର ସୂଚନା ମିଳୁଥିଲା ଯେ, ସହରର ବିଭିନ୍ନ ଅଞ୍ଚଳରେ ବିନା କୌଣସି ବୈଧ ଅନୁମତିରେ କିଛି ସ୍ପା ସେଣ୍ଟର ପରିଚାଳିତ କରାଯାଉଛି, ଯେଉଁଠି ଅନୈତିକ କାର୍ଯ୍ୟକଳାପ କରାଯାଉଛି। କୁହାଯାଉଛି ଯେ, ଏହି ସ୍ପା ସେଣ୍ଟର ଗୁଡ଼ିକରେ ହ୍ୱାଟ୍ସଆପ୍ ଓ ଅନ୍ୟ ଅନଲାଇନ ମାଧ୍ୟମରେ ବୁକିଂ କରାଯାଉ ଥିଲା। ସୂଚନା ଆଧାରରେ ପୁଲିସ ଟିମ୍ ଚାରୋଟି ଅଲଗା ଅଲଗା ସ୍ଥାନରେ ଚଢଉ କରିଥିଲେ। ତଲାସୀ ବେଳେ ପୁଲିସକୁ ସ୍ପା ସେଣ୍ଟର ଗୁଡ଼ିକରୁ ରେଜିଷ୍ଟର ମିଳିଥିଲା, ଯେଉଁଥିରେ ଏଣ୍ଟ୍ରି ଲେଖା ଥିଲା। ଏହା ବ୍ୟତୀତ ପଚରାପଚରିରେ ଏହା ମଧ୍ୟ ଜାଣିବାକୁ ମିଳିଲା ଯେ , ଗ୍ରାହକଙ୍କୁ ଅନଲାଇନ ବୁକିଂ କରାଯାଉଥିଲା,ଯାହାର ସାକ୍ଷ୍ୟ ମୋବାଇଲ ଫୋନ ଓ ଅନ୍ୟ ଡିଜିଟାଲ ମାଧ୍ୟମରେ ଜବତ ହୋଇଛି। ପୁଲିସକୁ କିଛି ମୋବାଇଲ ଫୋନ୍‌ରୁ ଆପତ୍ତିଜନକ ଫଟୋ ମଧ୍ୟ ମିଳିବା କଥା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking