22.1 C
Bhubaneswar
Friday, December 26, 2025
Homeଅପରାଧନାବାଳିକାଙ୍କୁ ଗଣଦୁଷ୍କର୍ମ ; ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନାବାଳିକାଙ୍କୁ ଗଣଦୁଷ୍କର୍ମ ; ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ହାଇଦ୍ରାବାଦ : ହାଇଦ୍ରାବାଦରେ ଚାଞ୍ଚଲ୍ୟ; ନାବାଳିକାଙ୍କୁ ଗଣଦୁଷ୍କର୍ମ । ହାଇଦ୍ରାବାଦରେ ଜଣେ ୧୦ ବର୍ଷୀୟ ଝିଅକୁ ଅପହରଣ କରି ନେବା ପରେ ୧୦ ଜଣ ଯୁବକ ଅତ୍ୟନ୍ତ ଅମାନୁଷିକ ଢଙ୍ଗରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏପରି ଗଣଦୁଷ୍କର୍ମ ଯୋଗୁ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଛନ୍ତି। ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କାର ଡ୍ରାଇଭର ସି ନରେଶ, ଏସିପିସି ଶ୍ରମିକ ବିଜୟ କୁମାର, ଶ୍ରମିକ ଭି ବାଲାଜୀ, ପୌରପାଳିକା କର୍ମଚାରୀ ଜି କ୍ରିଷ୍ଣା, ଟିଫିନ ସେଣ୍ଟରରେ କାମ କରୁଥିବା ଟି କିରଣ କୁମାର, ଡେଲିଭରୀ ବୟ ବି ଅଜୟ, ପାଣି ସପ୍ଲାଏର ଜେମନ୍ସ ଜାଭିୟର, ଶ୍ରମିକ ଭି ଦୀପକ, ହାଉସ କ୍ଲିନର ସାବଭତ ନାଏକ ଓ ଚା’ ବିକାଳି ଆଇ ମଧୁ। ଏମାନଙ୍କୁ ପୁଲିସ୍‌ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଜୁନ ୨୫ ତାରିଖରେ ନାବାଳିକାଙ୍କୁ ସହରର କାଚିଗୁଡା ଅଞ୍ଚଳର ନରେଶ ଓ ବିଜୟ କୁମାର ଅପହରଣ କରି ନେଇଥିଲେ। ଏହାପରେ ସେମାନେ ଅନ୍ୟମାନଙ୍କୁ ନିଜ ଅପରାଧରେ ସାମିଲ କରାଇଥିଲେ। ଏମାନେ ସମସ୍ତେ ନାବାଳିକାଙ୍କୁ ଏକାଧିକ ଥର ମାଡ଼ ମାରିବା ସହ ବଳପୂର୍ବକ ନିଶା ମିଶା ପାନୀୟ ପିଆଇ ଦେଇଥିଲେ। ନିଶା ହୋଇଯିବାରୁ ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ଏଥିଯୋଗୁ ସେ ଗର୍ଭବତୀ ହୋଇଯାଇଥିଲେ ବୋଲି ପୁଲିସ୍‌ କହିଛି। ପୁଲିସ୍‌ ଜୁନ ୨୯ରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋବାଇଲ ଫୋନ, ଗୋଟିଏ ସ୍କୁଟର ଓ ବାକ ଏବଂ ଅନେକ ସିମ କାର୍ଡ ଜବତ କରିଛି। ଗିରଫ ପରେ ପୁଲିସ ସମସ୍ତଙ୍କୁ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking