37.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶପୁଡୁଚେରୀରେ ନାବାଳିକାକୁ ଗଣଦୁଷ୍କର୍ମ

ପୁଡୁଚେରୀରେ ନାବାଳିକାକୁ ଗଣଦୁଷ୍କର୍ମ

ବ୍ୟୁରୋ : ମୁମ୍ବାଇର ଜଣେ  ୧୬ ବର୍ଷୀୟ  ଝିଅକୁ  ପୁଡୁଚେରୀରେ ଗଣ ଦୁଷ୍କର୍ମ କରାଯାଇଛି ।  ପୁଲିସ ନାବାଳିକାକୁ  ଅତି ଦୟନୀୟ ଅବସ୍ଥାରେ ପୁଡୁଚେରୀର ଗୋଟିଏ ସମୁଦ୍ର କୂଳରୁ  ଉଦ୍ଧାର  କରିଥିଲା ।ପ୍ରଥମେ  ଜଣେ ଅଟୋ ଡ୍ରାଇଭର ତାପରେ  କିଛି ସଫ୍ଟଅୟୋର ଇଞ୍ଜିନିୟର ନାବାଳିକାରୁ ଗଣ ଦୁଷ୍କର୍ମ କରିଥିଲେ ।  ପୁଡୁଚେରୀରେ ରହୁଥିବା ପରିବାର ଲୋକଙ୍କ ପାଖକୁ  ନାବାଳିକା ଜଣଙ୍କ  ଦୀପୀବଳି  ପାଇଁ ବୁଲିବାକୁ ଯାଇଥିଲେ ।  ହେଲେ ଦୁଇ ଦିନ ଧରି ଲେ ନିଖୋଜ ଥିଲେ ।  ପୁଲିସ ଘଟଣାର ତଦନ୍ତ କରି  ଅଭିଯୁକ୍ତ ଅଟୋ ଡ୍ରାଇଭର ସମେତ ୨ ଜଣହ୍‌କୁ  ଓଡିଶାରୁ  ଓ ଜଣଙ୍କୁ ଆନ୍ଧ୍ରରୁ  ଗିରଫ କରିଛି । ଅକ୍ଟୋବର ୩୧ରେ ନାବାଳିକାଙ୍କ ମା , ଝିଅର ନିଖୋଜ ନେଇ ଗ୍ରାଣ୍ଡ  ବଜାର ପୁଲିସରେ ଅଭିଯୋଗ କରିଥିଲେ ।  ଘରେ ପାଟି ତୁଣ୍ଡ ହୋଇଥିବାରୁ ସେ କୁଆଡେ ଚାଲିଯାଇଥିଲେ । ଅଭିଯୋଗର ଦୁଇଦିନ ପରେ ତାଙ୍କୁ ସମୁଦ୍ର କୂଳରୁ ଉଦ୍ଧାର କରାଯାଇଥିଲା । ସବୁ ଘଟଣାର  ସତ୍ୟତା ସିସିଟିଭି ଫ୍ୟୁଟେଜରେ କଏଦ ହୋଇଛି । ନାବାଳିକା ଜଣଙ୍କ ଅଟୋରେ ବସିଥିଲେ  । ନାବାଳିକା କହିବା ସ୍ଥାନକୁ ନେଇଯାଇଥିଲା ତାପରେ ଦୁଷ୍କର୍ମ କରିବା ପରେ ତାଙ୍କୁ ଅଉରୋଭିଲ୍ଲେରେ ଛାଡି ଚାଲିଯାଇଥିଲେ ।  ତାପରେ କିଛି ସଫ୍ଟେଓ୍‌ବାୟାର  ଇଞ୍ଜିନିୟର ସହ ଦେଖା ହେଇଥିଲା । ସେମାନେ ଚେନ୍ନାଇ ଯାଉଥିବାରୁ ନାବାଳିକା ଜଣଙ୍କ ସେଠାରେ ରହୁଥିବା ବନ୍ଧୁଙ୍କୁ ଦେଖା କରିବାକୁ ଚାହିଁଥିଲେ। ତେଣୁ ସେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସହ ଗାଡ଼ିରେ ବସିଥିଲେ। ହେଲେ ସେମାନେ ନାବାଳିକାଙ୍କୁ ଗୋଟିଏ ରୁମକୁ ନେବା ସହ ସେଠାରେ ଗଣଦୁଷ୍କର୍ମ କରିଥିଲେ। ଦୁଇ ଦିନ କାଳ ତାଙ୍କୁ ଗୋଟିଏ ରୁମରେ ବନ୍ଦ କରି ରଖିଥିଲେ। ଏହାପରେ କ୍ୟାବ ବୁକ କରି ତାଙ୍କୁ ପୁଣି ପୁଡୁଚେରୀ ପଠାଇ ଦେଇଥିଲେ। ପୋକ୍ସୋ ଆଇନର ଧାରା ୬ ଓ ଭାରତୀୟ ନ୍ୟାୟ ସଂହିତାର ଧାର ୧୩୮ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking