28.1 C
Bhubaneswar
Thursday, March 5, 2026
Homeଓଡିଶାବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ...

ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ

ଭୁବନେଶ୍ୱର : ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍‌ପତି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତିଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍‌  ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ସ୍କୁଲ ଅଫ୍ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି। ଓୟୁଟିଆର୍‌ରେ ବିଏସ୍‌ସି ଇଂଜିନିୟରିଂ (ସିଭିଲ୍‌) ପରେ ପ୍ରଫେସର ସାହୁରେ ଏମ୍‌.ଟେକ୍ କରିଥିଲେ ଏବଂ ଆଇଆଇଟି ରୁର୍‌କିରୁ ପିଏଚ୍‌ଡି ହାସଲ୍ କରିଥିଲେ। ଏହାପରେ ପ୍ରଫେସର ସାହୁ ମଧ୍ୟ ଏଲଏଲବି ମଧ୍ୟ କରିଛନ୍ତି । ପ୍ରଫେସର ସାହୁଙ୍କର ଶିକ୍ଷାଦାନ କ୍ଷେତ୍ରରେ ୨୪ବର୍ଷର ଅଭିଜ୍ଞତା ଥିବାବେଳେ ପ୍ରଫେସର ଭାବେ ୧୪ବର୍ଷର ଅଭିଜ୍ଞତା ରହିଛି। ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍ଡ଼ ଅଫ୍ ଷ୍ଟଡିଜର ଅଧ୍ୟକ୍ଷ, ଡିନ୍ ଅଫ ଫାକଲ୍ଟି, ଏକାଡ଼େମିକ କାଉନ୍‌ସିଲର ସଦସ୍ୟ ଏବଂ ସିନେଟ୍‌ର ସଦସ୍ୟ ଭାବରେ ପ୍ରଫେସର ସାହୁଙ୍କର ପ୍ରଶାସନିକ ଅଭିଜ୍ଞତା ରହିଛି। ପାଠ୍ୟଗତ ସଫଳତା ମଧ୍ୟରେ ଗୋଟିଏ ପୁସ୍ତକରେ ପ୍ରକାଶନ, ଗୋଟିଏ ପୁସ୍ତକର ସଂପାଦନା ମୁଖ୍ୟ ଏବଂ ଛଅଟି ସନ୍ଦର୍ଭର ସମୀକ୍ଷା କରିଛନ୍ତି ଏବଂ ୩୫ଟି ଜର୍ଣ୍ଣାଲ ଓ ପୁସ୍ତକରେ ସନ୍ଦର୍ଭ ପ୍ରକାଶନ ପାଇଁ ପ୍ରଫେସର ସାହୁଙ୍କର ଅବଦାନ ରହିଛି। ଏତଦ୍‌ବ୍ୟତୀତ ପ୍ରଫେସର ସାହୁଙ୍କ ଅଧିନରେ ୬ଜଣ ଗବେଷକ ସଫଳତାର ସହ ପି.ଏଚ୍‌.ଡି. ଡ଼ିଗ୍ରୀ ହାସଲ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking