30.1 C
Bhubaneswar
Tuesday, February 10, 2026
Homeଓଡିଶାଅଧ୍ୟାପକ ବିଶ୍ୱରଂଜନ ପାଇଲେ କବି ଉପେନ୍ଦ୍ର ନାୟକ ପ୍ରତିଭା ସମ୍ମାନ

ଅଧ୍ୟାପକ ବିଶ୍ୱରଂଜନ ପାଇଲେ କବି ଉପେନ୍ଦ୍ର ନାୟକ ପ୍ରତିଭା ସମ୍ମାନ

ଭୁବନେଶ୍ୱର : ପ୍ରଫେସର ଉପେନ୍ଦ୍ର ନାୟକ ଫାଉଣ୍ଡେସନ , ଭୁବନେଶ୍ୱର ପକ୍ଷରୁ  କବି ଓ ନାଟ୍ୟକାର  ଉପେନ୍ଦ୍ର ନାୟକଙ୍କ  ୫ ତମ ଜନ୍ମ ଦିବସ ଅବସରରେ  ବିଶିଷ୍ଟ ଲେଖକ ଓ ବାଗ୍ମୀ  ଅଅଧ୍ୟାପକ ବିଶ୍ୱରଞ୍ଜନଙ୍କୁ   ଉପେନ୍ଦ୍ର ନାୟକ ପ୍ରତିଭା  ସମ୍ମାନ – ୨୦୨୫ରେ ଭୂଷିତ କରାଯାଇଥିଲା ।  ହୋଟେଲ ପ୍ରେସିଡେନ୍ସିରେ ଆୟୋଜିତ  ଏକ ବଣ୍ଣାତ୍ୟ ଉତ୍ସବକୁ  ଉଦଘାଟନ କରି ପୂର୍ୱତନ ମନ୍ତ୍ରୀ  ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ  କବି ଉପେନ୍ଦ୍ର ନାୟକ  ୮୫୦ ପୃଷ୍ଠା  ସମ୍ପର୍କୀତ ଆତ୍ମଜୀବନୀ  ‘ସ୍ମୁତିର ନଦୀ ତୀରେ’  ଉନ୍ମୋଚନ କରି  ସମକାଳୀନ ଓଡିଆ ସାହିତ୍ୟରେ  ଅନ୍ୟତମ  କାଣ୍ଡାରୀ ବାବେ ଅଭିହିତ  କରିଥିଲେ ।  ବିଶିଷ୍ଟ ଗବେଷକ ଓ ଲେଖକ  ଡକ୍ଟର ବିଜୟା ନନ୍ଦ ସିଂହଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ଉତ୍ସବରେ  ପ୍ରଫେସର  ପ୍ରଫୁଲ କୁମାର ମହାନ୍ତି  ମୁଖ୍ୟ ଅତିଥି ଭାବେ  ଯୋଗଦାନ କରି  ଉପେନ୍ଦ୍ର ନାୟକ ଗ୍ରନ୍ଥାବଳୀ – ଛଳକାବ୍ୟ ସମସ୍ୟା  (ପ୍ରଥମ ଭାଗ )  ଲୋକାର୍ଫଣ କରି ଓଡିଆ କାବ୍ୟ କବିତାରେ ଉପେନ୍ଦ୍ର ନାୟକଙ୍କ କାବ୍ୟ ସାଧନାକୁ ଅଭିନ୍ଦନ ଜଣାଇଥିଲେ ।  ପୂର୍ୱତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ  ଉପେନ୍ଦ୍ର ନାୟକଙ୍କ କବିତା  ସଂକଳନ ‘ଦୃଶ୍ୟ ଅଦୃଶ୍ୟ ଅପଦୃଶ୍ୟ ‘ କୁ  ଲୋକାର୍ଫଣ କରି  କବି ଉପେନ୍ଦ୍ର କିପରି ତାଙ୍କ କବିତା  ସମାଜର ନିଛୁକ ଚିତ୍ର ଚରିତ୍ରକୁ ଅଙ୍କନ କରିଛନ୍ତି ।  ବଣ୍ଣନା କରିଥିଲେ  ଅନ୍ୟତମ ଅତିଥି ପୂର୍ୱତନ ମନ୍ତ୍ରୀ  ସଂଜୟ କୁମାର  ଦାସକର୍ମା  ଉପେନ୍ଦ୍ରକର କଟକ ଷ୍ଟୁଡେଣ୍ଟର   ଷ୍ଟୋର ଦ୍ୱାରା  ପ୍ରକାଶିତ କବିତା ଗ୍ରନ୍ଥ  ‘ ଜୀବନ ଖେଳ ‘ ଲୋକାର୍ପଣ  କରି ଉପେନ୍ଦ୍ର ନାୟକଙ୍କ ଏ କନିଷ୍ଠ ସାରସ୍ୱତ ସାଧନାର ପଟ୍ଟାନ୍ତର ନାହିଁ  ବୋଲି ଉଲ୍ଲେଖ କରି ଓଡିଆ  ଅସ୍ମିତା ସମ୍ପର୍କରେ  ଆଲୋକପାତ କରିଥିଲେ । ଉତ୍ସବର ମୁଖ୍ୟବକ୍ତା , କବି ଓ ପ୍ରଶାସନ ଡ. ରବି ନାରାୟଣ  ସେନାପତି  କବି ଉପେନ୍ଦ୍ରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ  ତାଙ୍କ ଲୋକାର୍ପିତ ଆତ୍ମଜୀବନୀ ‘ ସ୍ମୃତିର ନଦୀ ତୀରେ ‘  ର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ବକ୍ତା ଡ. ଭୂଷଣ ନନ୍ଦ ‘ସ୍ମୃତିର ନଦୀ ତୀରେ’  ସଂପର୍କରେ  ସମୀକ୍ଷା କରିଥିବା ବେଳେ  ଡ. ବିରଞ୍ଚି ସାହୁ  ଗ୍ରନ୍ଥାବଳୀ – ଛଳକାବ୍ୟ ସମଗ୍ର ଉପରେ  ଆଲୋକପାତ କରିଥିଲେ ।  କଥାକାର ପରେଶ ପଟ୍ଟନାୟକ  ମାନପତ୍ର ପାଠ କରିଥିଲେ ।  ଶ୍ରୀମତି ଦିପା ନାୟକ ସ୍ୱାଗତ ସ୍ୱାଗତ ଭାଷଣ ଦେଇଥିବା  ବେଳେ ଡକ୍ଟର ଛତ୍ରପତି  ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ୱଶ୍ରୀ  ପୂର୍ୱତମ ମନ୍ତ୍ରୀ  ଦେବେନ୍ଦ୍ର ନାଥ ମାନସିଂହ ,କବି ମନୋରମା  ବିଶ୍ୱାଳ  ମହାପାତ୍ର ,ରବି ନାରାୟଣ ନନ୍ଦ କବି ରତ୍ନାକାର  ରାଉତ , ଦୁର୍ଗା ଚରଣ ଷଡଙ୍ଗୀ , ସ୍ୱଣ୍ଣଲତା ପରିଡା  ଓ ବିବେକାନନ୍ଦ ପାଣିଗ୍ରାହୀ ପ୍ରମୁଖ ବହୁ ସାହିତ୍ୟିକ ଓ ବହୁଜୀବି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking