34.9 C
Bhubaneswar
Monday, April 6, 2026
Homeଓଡିଶାଏନବିଡବ୍ଲୁରେ ପେଶାଦାର ଠକ ଗିରଫ

ଏନବିଡବ୍ଲୁରେ ପେଶାଦାର ଠକ ଗିରଫ

କଟକ:  ଜାମିନ ବିହୀନ ଗିରଫ ପରୱାନା ଏନବିଡବ୍ଲୁ ବଳରେ ମଙ୍ଗଳାବାଗ ଥାନା ପୁଲିସ ପେଶାଦାର ଠକ ଅଭୟ କୁମାର ଦାସକୁ ଗିରଫ କରି ପୁଲିସ କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଅଭୟ ନାରେ ଏକାଧିକ ଆର୍ôଥକ କାରବାର ନେଇ ଠକେଇ ମାମଲା ବିଭିନ୍ନ ଥାନାରେ ରହିଥିବା ପୁଲିସ ଠାରୁ ପ୍ରକାଶ । ଠକ ଅଭୟ ମଙ୍ଗଳାବାଗ କାଠଗୋଲାରେ ଉର୍ମିଳା ନର୍ସିଂହୋମ ଭଡା ସୂତ୍ରରେ କରିଥିଲେ । ଆର୍ôଥକ କାରବାର ମାମଲା ରେ ୨୦୨୨ ମସିହା ରେ ଜେଏମଏଫସି ସିଟି କଟକ କୋର୍ଟ ଅଭୟଙ୍କ ନାମରେ ଏନ ବିଡବ୍ଲ୍ୟୁ ଜାରି କରିଥିଲେ ।ଏହି ୱାରେଣ୍ଟ ବଳରେ ତାଙ୍କୁ ମଙ୍ଗଳାବାଗ ପୁଲିସ ତାକୁ ଗିରଫ କରିଛି । ଏହି ଗିରଫଦାରି ପରେ ଅଭୟଙ୍କୁ ହସ୍ପିଟାଲ ପାଇଁ ଭଡା ସୂତ୍ରରେ ଘର ଦେଇଥିବା ବିଲଡିଂ ମାଲିକ ମନୋଜ କୁମାର ମହାରଣା ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ଅଭୟଙ୍କ ସହିତ ହସ୍ପିଟାଲ ଘର ବାବଦକୁ ୨୦୦୮ ରୁ ୨୦୧୮ପର୍ଯ୍ୟନ୍ତ ଚୁକ୍ତିନାମା ହୋଇଥିଲା । ଏହି ସମୟ ମଧ୍ୟ ରେ ସେ ଲକ୍ଷଧିକ ଟଙ୍କା ଭଡା ବାବଦକୁ ବାକି ରଖିଥିଲେ । ଏଥିସହିତ ଗତ ୬ବର୍ଷ ହେବ ବିଲଡିଂକୁ ମାଡ଼ିବସିଥିଲେ । ଭଡା ବାବଦକୁ ଲକ୍ଷାଧିକ ଟଙ୍କା ଅଭୟ ବାକି ରଖି ଆଉ ହସ୍ପିଟାଲ ଆସୁନଥିଲେ । ଆହୁରି ହସ୍ପିଟାଲ ଚଳାଇରଖିବାପାଇଁ ରାଜ୍ୟ ମାନବଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆବେଦନ ପତ୍ରରେ ମନୋଜ ଙ୍କ ଜାଲ ଦସ୍ତଖତ କରି ୨୦୧୮ ରୁ ୨୦୨୮ପର୍ଯ୍ୟନ୍ତ ନୋଟାରୀ ଘରଭଡା ଚୁକ୍ତିନାମା ଦଖଲ କରିଥିଲେ । ଯାହା ମନୋଜ ପରବର୍ତ୍ତୀ ସମୟରେ କୋର୍ଟରୁ ଜାଣି ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking