22.1 C
Bhubaneswar
Friday, December 5, 2025
Homeଓଡିଶାଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ  ପ୍ରକ୍ରିୟା ଜାରି: ମନ୍ତ୍ରୀ

ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ  ପ୍ରକ୍ରିୟା ଜାରି: ମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭା  ଶୀତକାଳିନ ଅଧିବେଶନର ତୃତୀୟ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ ।   ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଶ୍ରୀ ମନ୍ଦିରରେ  ଧାଡି ଦର୍ଶନ ବ୍ୟବସ୍ଥାର  ପ୍ରଶ୍ନ ପଚାରିଛନ୍ତି ଯେ,  ଶ୍ରୀମନ୍ଦିରରେ  ନାଟ ମଣ୍ଡପରେ ଆରମ୍ଭ ହେବାକୁ ଥିବା  ଧାଡି ଦର୍ଶନ ବ୍ୟବସ୍ଥା ଉପରେ  ଉପସ୍ଥାପନା କରିବେ କି , ଏବଂ  ଭିତର କାଠ ଦର୍ଶନ ଓ ବାହର କାଠ ଦର୍ଶନ ଦ୍ୱାରା  ଭକ୍ତଙ୍କ  ଓ ସ୍ଥାନୀୟଙ୍କ ମଧ୍ୟରେ ପାତର ଅନ୍ତର  ହେବ ନାହିଁ ତ ? ଆହୁରି ପଚାରିଛନ୍ତି,  ୨୦୧୯ ମସିହା ଜାନୁୟାରୀ ୨୯ ତାରିଖରେ ତତକାଳୀନ ବସିଥିବା ଶ୍ରୀମନ୍ଦିର  ପରିଚାଳନା କମିଟିର ବୈଠକର ନୀତି  ଶୃଙ୍ଖଳିତ କରିବା ପାଇଁ କି ନିଷ୍ପତ୍ତି ନିଆଯାଇଥିଲା ତାହାର ଉପସ୍ଥାପନ କରିବେ କି ? ତେବେ ଗୃହରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ ଉତ୍ତର ରଖି କହିଛନ୍ତି,  ଶ୍ରୀମନ୍ଦିର ନାଟ ମଣ୍ଡପରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ  ମନ୍ଦିର ପରିଚାଳନା କମିଟି ବୈଠକରେ  ଆଲୋଚନା ହୋଇଛି । ଭକ୍ତଙ୍କ  ଶୃଙ୍ଖଳିତ ଦର୍ଶନ ପାଇଁ  ଆୟୋଜନ ପ୍ରକ୍ରିୟା ଚାଲୁ ରହିଛି । ୨୦୧୯ ମସିହାରେ ଅନୁଷ୍ଠିତ ହୋଇଥିବା ମନ୍ଦିର ପରିଚାଳନା କମିଟି ବୈଠକରେ  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ସଠିକ ସମୟରେ  ଶୃଙ୍ଖଳିତ ଭାବେ  ସଂପାଦନ  କରିବା ପାଇଁ ପରାମର୍ଶ ଦେଇଥିଲେ । ଯେଉଁ ସେବକମାନେ ବିରୁଦ୍ଧାଚରଣ କରିବେ ତାଙ୍କ ବିରୁଦ୍ଧରେ  କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking