16.1 C
Bhubaneswar
Sunday, December 7, 2025
Homeଓଡିଶାଚାଲିଛି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା: ଶ୍ରୀମନ୍ଦିରରେ ବନ୍ଦ ହେଲା ସାଧାରଣ ଦର୍ଶନ

ଚାଲିଛି ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା: ଶ୍ରୀମନ୍ଦିରରେ ବନ୍ଦ ହେଲା ସାଧାରଣ ଦର୍ଶନ

ପୁରୀ: ଚାଲିଛି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା । ଶ୍ରୀମନ୍ଦିରରେ ବନ୍ଦ ହୋଇଛି ସର୍ବସାଧାରଣଙ୍କ ଦର୍ଶନ । ଶ୍ରୀମନ୍ଦିର ଭିତରକୁ ଯାଇଛି ମେଟାଲ ଡିଟେକ୍ଟର ପୋଲିସ ପକ୍ଷରୁ ଅତ୍ୟାଧୁନିକ ମସିନ ମଧ୍ୟ ନିଆଯାଇଛି । ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱ ନାଥ ରଥଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ମଧ୍ୟ ଶ୍ରୀମନ୍ଦିରରେ ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିର ନାଟ ମଣ୍ଡପ ଏବଂ ଜଗମୋହନ ସୋଧ କରାଯିବା ପରେ ସ୍ଥାୟୀ ରତ୍ମଭଣ୍ଡାରକୁ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର ଆଜି କରାଯିବ । ରତ୍ନଭଣ୍ଡାର ସ୍ଥାନାନ୍ତର ପରେ ପ୍ରତ୍ୟାହାର ହେବେ ଦର୍ଶନ ପାଇଁ ରହିଥିବା ଏକ ଠିକଣା । ଗତବର୍ଷ ୨୦୨୪ ମସିହା ଜୁଲାଇ ୧୪ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ସଂନ୍ଧ୍ୟା ଦର୍ଶନ ଦିନ ବାହାର ରତ୍ନ ଭଣ୍ଡାର ମରାମତି ଉଦ୍ଦେଶ୍ୟରେ ଖୋଲାଯାଇଥିଲା । ସେହି ବର୍ଷ ଅର୍ଥାତ ଗତବର୍ଷ ହିଁ ଜୁଲାଇ ୧୮ ତାରିଖରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking