14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଭିକାରୀଙ୍କୁ ଭିକ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ଭିକାରୀଙ୍କୁ ଭିକ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ନୂଆ ବର୍ଷରେ ନୂଆ ନିୟମ  ।  ଭିକାରୀକୁ ଭିକ ଦେଲେ  ହେବ କାର୍ଯ୍ୟାନୁଷ୍ଠାନ ।  ନିଜ ଆଡୁ ମାମଲା ରୁଜୁ କରିବ ପ୍ରଶାସନ । ମଧ୍ୟପ୍ରଦେଶର ଇନ୍ଦୋରକୁ ଭିକାରୀମୁକ୍ତ କରିବା ପାଇଁ ୨୦୨୫, ଜାନୁଆରୀ ୧ରୁ ଭିକାରୀଙ୍କୁ ଭିକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବ ଜିଲା ପ୍ରଶାସନ । ଜିଲାପାଳ ଆଶୀଷ ସିଂହ କହିଛନ୍ତି, ଇନ୍ଦୋରରେ ଭିକ୍ଷା ବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରଶାସନ ପୂର୍ବରୁ ନିର୍ଦେଶ ଜାରି କରିଛି । ସହରରେ ଚଳିତ ମାସ ଶେଷ ପର‌୍ୟ୍ୟନ୍ତ ଭିକ୍ଷା ବୃତ୍ତି ବିରୋଧରେ ଆମର ସଚେତନତା ଅଭିଯାନ ଚାଲିବ । ଜାନୁଆରୀ ୧ରୁ ଯଦି କୌଣସି ବ୍ୟକ୍ତି ଭିକ ଦେଉଥିବାର ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ ଏତଲା ମଧ୍ୟ ପଞ୍ଜିକୃତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking