27.1 C
Bhubaneswar
Monday, January 12, 2026
Homeପ୍ରୋ କବାଡି ଲିଗ୍ - 2024ପ୍ରୋ କବାଡି ଲିଗ୍ ୨୦୨୪ : ପ୍ରଦୀପ ନରୱାଲ ହୋଇପାରନ୍ତି ଶ୍ରେଷ୍ଠ ଖେଳାଳି !

ପ୍ରୋ କବାଡି ଲିଗ୍ ୨୦୨୪ : ପ୍ରଦୀପ ନରୱାଲ ହୋଇପାରନ୍ତି ଶ୍ରେଷ୍ଠ ଖେଳାଳି !

ନୂଆଦିଲ୍ଲୀ : ପ୍ରୋ କବାଡି ଲିଗର ୧୦ ବର୍ଷର ଇତିହାସରେ ସେ ସବୁଠାରୁ ସଫଳ ରାଇଡର୍ ହୋଇଛନ୍ତି ପରଦୀପ ନରୱାଲ। ପିକେଏଲ ୨ ରେ ବେଙ୍ଗାଲୁରୁ ବୁଲସ ଦଳ ସହ ଲିଗ୍ ଡେବ୍ୟୁ କରିଥିବା ପ୍ରଦୀପ ନରୱାଲଙ୍କୁ ବର୍ତ୍ତମାନ ପ୍ରୋ କବାଡି ଲିଗର ଏକାଦଶ ସିଜନରେ ପୁଣି ଥରେ ବେଙ୍ଗାଲୁରୁ ବୁଲସ ଦଳରେ ଦେଖିବାକୁ ମିଳିବ। ପ୍ରଦୀପ ତାଙ୍କର ୯ ବର୍ଷର ଲିଗ୍ କ୍ୟାରିୟରରେ ଅନେକ ମହାନ ରେକର୍ଡ କରିଛନ୍ତି । ଗତ ପିକେଏଲ ୧୦ ରେ ୟୁପି ଯୋଦ୍ଧା ପାଇଁ ଖେଳିବାବେଳେ ପରଦୀପଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ଥିଲା । ତଥାପି, ଏଥର ସେ ସମ୍ଭବତ ଶ୍ରେଷ୍ଠ ରାଇଡର୍ ଟାଇଟଲ୍ ଜିତିପାରିବେ । ଆସନ୍ତୁ ଜାଣିବା ଏହା ପଛରେ ଥିବା ୩ ଟି କାରଣ କ’ଣ?
୧.ପୂର୍ବରୁ ଦୁଇଥର ସିଜିନର ସର୍ବୋତ୍ତମ ରାଇଡର୍ ହୋଇପାରିଛନ୍ତି
ପ୍ରଦୀପ ନରୱାଲ ତାଙ୍କ ପ୍ରୋ କବାଡି ଲିଗ୍ କ୍ୟାରିୟରରେ ମୋଟ ଦୁଇଥର ଶ୍ରେଷ୍ଠ ରାଇଡର୍ ଆଖ୍ୟା ଅର୍ଜନ କରିଛନ୍ତି। ଏହି ଅବଧିରେ ପ୍ରଦୀପ ଉଭୟ ଥର ପାଟନା ପାଇରେଟ୍ସ ପାଇଁ ଖେଳୁଥିଲେ । ପିକେଏଲ ସିଜନ-୩ ରେ ପ୍ରଦୀପ ନରୱାଲ ମୋଟ ୧୬ ଟି ମ୍ୟାଚ ଖେଳିବାବେଳେ ୧୧୬ ଟି ରେଡ ପଏଣ୍ଟ ହାସଲ କରିଥିଲେ ଏବଂ ପିକେଏଲ ସିଜନ-୫ ରେ ସେ ମୋଟ ୨୬ ଟି ମ୍ୟାଚ ଖେଳିବାବେଳେ ୩୬୯ ରେଡ ପଏଣ୍ଟ ହାସଲ କରିଥିଲେ। ଏଭଳି ପରିସ୍ଥିତିରେ ପ୍ରଦୀପ ପୁଣି ଥରେ ପିକେଏଲ ୧୧ ରେ ଏହି ସଫଳତା ହାସଲ କରିପାରିବେ ବୋଲି କୁହାଯାଇପାରେ।
୨. ପ୍ରଦୀପ ହେଉଛନ୍ତି ସେହି ଖେଳାଳି ଯିଏ ପିକେଏଲ ଇତିହାସରେ ସର୍ବାଧିକ ରେଡ୍ ପଏଣ୍ଟ ହାସଲ କରିଛନ୍ତି
ସର୍ବାଧିକ ରେଡ୍ ପଏଣ୍ଟ (୧୬୯୦) ସ୍କୋର କରି ପ୍ରୋ କବାଡି ଲିଗରେ ପ୍ରଦୀପ ନରୱାଲ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଲିଗ୍ ଇତିହାସରେ ପ୍ରଥମ ଖେଳାଳି ଯିଏକି ୧୫୦୦ ରେଡ୍ ପଏଣ୍ଟ୍ର ଅତିକ୍ରମ କରିଛନ୍ତି । ପ୍ରଦୀପ ସମୁଦାୟ ୪ ଥର ୨୦୦ ରୁ ଅଧିକ ରେଡ୍ ପଏଣ୍ଟ ହାସଲ କରିଛନ୍ତି । ପିକେଏଲ ରେ ଏପର୍ଯ୍ୟନ୍ତ ପରିସଂଖ୍ୟାନକୁ ଆଧାର କରି ପ୍ରଦୀପ ନରୱାଲ ପୁଣି ଥରେ ୧୧ ତମ ସିଜନରେ ଶ୍ରେଷ୍ଠ ରାଇଡର୍ ଟାଇଟଲ୍ ଜିତିପାରିବେ ବୋଲି ଆଶା କରାଯାଇପାରେ ।
୩. ଅଧିନାୟକ ହୋଇ, ପିକେଏଲ ୧୧ରେ ଅଧିକ ସୁଯୋଗ ପାଇବେ
ପ୍ରଦୀପ ନରୱାଲଙ୍କୁ ପିକେଏଲ ୧୧ ରେ ବେଙ୍ଗାଲୁରୁ ବୁଲସ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ I ଏହି ସମୟରେ ବେଙ୍ଗାଲୁରୁ ବୁଲସ ପ୍ରଦୀପ ନରୱାଲଙ୍କୁ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛନ୍ତି। ପ୍ରଦୀପ ନରୱାଲ ମଧ୍ୟ ପିକେଏଲ ୫ ସମୟରେ ପାଟନା ପାଇରେଟ୍ସଙ୍କ ପାଇଁ ୩୬୯ ରେଡ୍ ପଏଣ୍ଟ ସ୍କୋର କରିଥିଲେ I ଆଜ୍ଞା ହଁ, ବେଙ୍ଗାଲୁରୁ ବୁଲସର ଅଧିନାୟକ ହୋଇ ପ୍ରଦୀପ ପିକେଏଲ ରେ ସମସ୍ତ ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ। ଏପରି ପରିସ୍ଥିତିରେ, ଜଣେ ଅଧିନାୟକ ଭାବରେ, ସେ ପିକେଏଲ ୧୧ ରେ ସର୍ବୋତ୍ତମ ଆକ୍ରମଣକାରୀ ହୋଇପାରନ୍ତି I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking