18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶୱାୟନାଡବାସୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରିୟଙ୍କା

ୱାୟନାଡବାସୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରିୟଙ୍କା

ୱାୟନାଡ: ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଆଜି ଏଠାରେ ୱାୟନାଡବାସୀଙ୍କୁ ସମ୍ବୋଧିତ କରିବାକୁ ଯାଇ ପ୍ରିୟଙ୍କା କହିଛନ୍ତି ଯେ, ‘ମୋ ଦ୍ୱାର ଓ ଅଫିସ୍ ଆପଣଙ୍କ ପାଇଁ ସବୁବେଳେ ଖୋଲା।’ ସେ ଲୋକଙ୍କର ସମସ୍ତ ସମସ୍ୟା ଶୁଣିବା ପାଇଁ ସଦା ସର୍ବଦା ଉପଲବ୍ଧ ଅଛନ୍ତି ବୋଲି କହିଛନ୍ତି। ୱାୟନାଡ୍ ଆସନରେ ତାଙ୍କୁ ମିଳିଥିବା ଅଭୂତପୂର୍ବ ବିଜୟ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ନିକଟରେ ଏହି ଅବସରରେ ପ୍ରିୟଙ୍କା କୃତଜ୍ଞତା ବ୍ୟକ୍ତ କରିଛନ୍ତି। ପ୍ରିୟଙ୍କା କହିଛନ୍ତି, “ମୁଁ ଏଠାରେ ଆପଣମାନଙ୍କ ଠାରୁ ଶିଖିବା ପାଇଁ ଅଛି। ଆପଣମାନଙ୍କ ସମସ୍ୟାକୁ ଗଭୀର ଭାବେ ବୁଝିବି। ସ୍ୱାସ୍ଥ୍ୟ ସେବାଠୁ ନେଇ ଉନ୍ନତ ଶିକ୍ଷା ଆଦି ସମସ୍ତ ସମସ୍ୟା ବାବଦରେ ମୋତେ ଜଣା ଅଛି। ଏବେ ମୁଁ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢିବି, ଆପଣମାନଙ୍କ ସହ କାମ କରିବି ଏବଂ ସବୁକିଛି ଭଲ ଭାବେ ବୁଝିବି। ମୁଁ ଆପଣମାନଙ୍କ ଘରକୁ ଆସି ଆପଣଙ୍କୁ ବ୍ୟକ୍ତିଗତ ଭାବେ ଭେଟିବି। କେବେ ହେଲେ ଆପଣମାନଙ୍କୁ ନିରାଶ କରିବି ନାହିଁ।” ସେହିପରି ନିଜ ସାଂସଦ ଭଉଣୀ ପ୍ରିୟଙ୍କା ସହ ୨ ଦିନିଆ କେରଳ ଗସ୍ତରେ ଆସିଥିବା ରାହୁଲ ଗାନ୍ଧୀ ଆଜି ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ କରିଛନ୍ତି। ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ରାହୁଲ କହିଛନ୍ତି, ୱାୟନାଡ ଭୂସ୍ଖଳନ ପୀଡିତଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସରକାର ଭେଦଭାବ କରିଛନ୍ତି। ରାହୁଲ ଓ ପ୍ରିୟଙ୍କା ଏହି ସଭାସ୍ଥଳରୁ ୱାୟନାଡ ଭୂସ୍ଖଳନ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉଭୟ ସାଂସଦ ଭାଇ-ଭଉଣୀ କୋଝିକୋଡେ ଜିଲ୍ଲାର ଥିରୁବାମ୍ବାଡି ବିଧାନସଭା ନିର୍ବାଚନମଣ୍ଡଳୀର ମୁକ୍କମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୱାୟନାଡ ଭୂସ୍ଖଳନ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ କଂଗ୍ରେସ ଏବଂ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ) ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ଉଚିତ୍‌। ଉଭୟ ସେମାନଙ୍କ ଶ୍ରଦ୍ଧାଞ୍ଜଳିରେ କହିଥିଲେ ଯେ, କଂଗ୍ରେସ ଏବଂ ୟୁଡିଏଫ ୱାୟନାଡ ଭୂସ୍ଖଳନରେ ପରିବାର ସଦସ୍ୟ ଏବଂ ସମ୍ପତ୍ତି ହରାଇଥିବା ଲୋକମାନଙ୍କ ସହ ଛିଡା ହୋଇଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୨୩ରେ ପ୍ରକାଶିତ ନିର୍ବାଚନ ଫଳାଫଳରେ ପ୍ରିୟଙ୍କା ଗାନ୍ଧୀ ୱାୟନାଡ ଲୋକସଭା ଉପନିର୍ବାଚନରେ ୪,୧୦,୯୩୧ ଭୋଟ୍ ବ୍ୟବଧାନରେ ବିଜୟୀ ଘୋଷିତ ହୋଇଥିଲେ। ସେ ମୋଟ ୬,୨୨,୩୩୮ ଭୋଟ୍ ପାଇଥିଲେ। ଏହା ତାଙ୍କର ପ୍ରଥମ ନିର୍ବାଚନ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking