ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିସନରଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି ମଦୁସୁଦନ ପାଢୀ । ଏହାରି ପରେ ସେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି । ସୁଚାରୁରୂପେ ପରିଚାଳନା ବଡ ଆହ୍ୱାନ ରହିବ । ଆଗକୁ ପୌର ପଞ୍ଚାୟତ ନିର୍ୱାଚନ । ଶୃଙ୍ଖଳିତ ପରିଚାଳନା ବଡ ଚ୍ୟାଲେଞ୍ଜିଂ ହେବ । ପୂର୍ବରୁ ଅନେକ ଗୁରୁତ୍ୱପୂଣ୍ଣ ଦାୟିତ୍ୱ ନେଇଛି । ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଏହା ଏକ ବଡ ଆହ୍ୱାନ । ମଧୁସୂଦନ ପାଢୀ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । ଅଦିତ ପ୍ରସାଦ ପାଢୀ ଯିଏକି ନିର୍ବାଚନ କମିଶନର ଥିଲେ କିନ୍ତୁ ସେ ବର୍ତ୍ତମାନ ଦାୟିତ୍ୱରୁ ମୁକ୍ତ ଅଛନ୍ତି । ଏବେ ଦାୟିତ୍ୱର ଭାର ବର୍ତ୍ତମାନ ମଧୁସୂଦନ ପାଢୀଙ୍କର ହାତକୁ ହସ୍ତାନ୍ତର କରାଯାଇଛି ।










