29.1 C
Bhubaneswar
Sunday, February 8, 2026
Homeଓଡିଶାପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଜଗତସିଂହପୁର ଜିଲ୍ଲାଗସ୍ତ

ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଜଗତସିଂହପୁର ଜିଲ୍ଲାଗସ୍ତ

ଜଗତସିଂହପୁର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ରେ ଆସି ପ୍ରଥମ ଦିନ ରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜୟପୁର ଠାରେ ବୟନ ଗ୍ରାମ ଓ ଅମୃତା ଡେରି ଫାର୍ମ ପରିଦର୍ଶନ କରିଥିଲେ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଉପସ୍ଥିତି ଓ ତତ୍ତ୍ଵାବଧାନରେ ସେ ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନଙ୍କ ସହ ଆଲୋଚନା କରିଥିଲେ। ବୟନ ଗ୍ରାମ ର କାରିଗର ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ସୁବିଧା ଅସୁବିଧା ସଂପର୍କ ରେ ପଚାରି ବୁଝିଥିଲେ।

ସେହିପରି ଅମୃତା ଡେରି ଫାର୍ମ ରେ କାର୍ଯ୍ୟ କରୁଥିବା ମା ମାନଙ୍କ ସହ ଆଲୋଚନା କରିବା ସହ ସ୍ବାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠି, ବିଡିଓ ରଘୁନାଥପୁର, ଡିପିସି ମିଶନ ଶକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ଶ୍ରୀମତୀ ପାଢ଼ୀ ପାରାଦ୍ଵୀପ ଗସ୍ତ କରିଛନ୍ତି।ଆସନ୍ତା କାଲି ପୂର୍ବାହ୍ନ ରେ ପାରାଦ୍ଵୀପ ଗଡ଼ ଓ ପୌର ପରିଷଦ ପରିଦର୍ଶନ ପରେ ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking