33.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶରାମପାଲଙ୍କୁ ଜୋତା ପିନ୍ଧାଇଦେଲେ ପ୍ରଧାନମନ୍ତ୍ରୀ

ରାମପାଲଙ୍କୁ ଜୋତା ପିନ୍ଧାଇଦେଲେ ପ୍ରଧାନମନ୍ତ୍ରୀ

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ନିଜ ମହାନତାର ପ୍ରମାଣ ଦେଇଛନ୍ତି। ହରିଆଣା ଗସ୍ତ ଅବସରରେ ସେ ନିଜର ଜଣେ ବଡ଼ ପ୍ରଶଂସକଙ୍କୁ ଜୋତା ପିନ୍ଧାଇଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ଅନୁସାରେ ହରିଆଣା ରାଜ୍ୟର କୈଥଲ ଜିଲ୍ଲା ନିବାସୀ ରାମପାଲ କଶ୍ୟପ୍‌, ମୋଦୀଙ୍କର ଜଣେ ଦୃଢ଼ ସମର୍ଥକ ଏବଂ ପ୍ରଶଂସକ ମଧ୍ୟ। ପ୍ରାୟ ୧୪ ବର୍ଷ ତଳେ ସେ ମୋଦୀଙ୍କ ପାଇଁ ଜୋତାପିନ୍ଧିବା ଛାଡି ଦେଇଥିଲେ। ଯେପର୍ଯ୍ୟନ୍ତ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ନ ହୋଇଛନ୍ତି ଏବଂ ସେ ମୋଦୀଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇନାହାନ୍ତି ସେଯାଏଁ ସେ ଜୋତା ପିନ୍ଧିବେ ନାହିଁ ବୋଲି ଏକ ବଜ୍ର ଶପଥ ନେଇଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ଖାଲି ପାଦରେ ଥିଲେ। ତେବେ ଏବେ ମୋଦୀ ତାଙ୍କୁ ନିଜେ ଭେଟିଛନ୍ତି ଏବଂ ଜୋତା ଉପହାରସ୍ୱରୂପ ପ୍ରଦାନ କରିଛନ୍ତି। ରାମପାଲ୍‌ଙ୍କ ସହ ସାକ୍ଷାତକାର ସମ୍ପର୍କରେ ନିଜେ ଯମୁନାନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ମୋଦୀ କହିଛନ୍ତି ଏବଂ ସାକ୍ଷାତକାର ବେଳର କିଛି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର ମଧ୍ୟ କରିଛନ୍ତି। ରାମପାଲ ମଧ୍ୟ ମୋଦୀଙ୍କୁ ପାଖରେ ପାଇ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା। ମୋଦୀଙ୍କ ସହ ଦେଖା କରିବା ତାଙ୍କର ଅନେକ ଦିନର ସ୍ୱପ୍ନ ଥିଲା ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking