31.1 C
Bhubaneswar
Wednesday, April 16, 2025
Homeଦେଶ ବିଦେଶତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ତିନି ଦିନିଆ ଶ୍ରୀଲଙ୍କା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜଧାନୀ କଲମ୍ବୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଶନିବାର ସକାଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଡ଼ୋଶୀ ଦେଶରେ ଔପଚାରିକ ସ୍ୱାଗତ କରାଯାଇଛି । ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି । ଶ୍ରୀଲଙ୍କା କ୍ୟାବିନେଟ୍‌ର ୫ ବଡ଼ ମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ପାଇଁ ଏୟାରପୋର୍ଟରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ ମୋଦୀଙ୍କ ସ୍ୱାଗତ ପାଇଁ ବିମାନବନ୍ଦର ବାହାରେ ପ୍ରବାସୀ ଭାରତୀୟଙ୍କ ପ୍ରବଳ ଗହଳି ମଧ୍ୟ ଦେଖିବାକୁ ମିଳିଥିଲେ । ମୋଦୀ ମୋଦୀ ନାରାରେ ପୂରା ଅଞ୍ଚଳ ପ୍ରକମ୍ପିତ ହେଉଥିଲା । ୨୦୧୯ ପରଠାରୁ ଏହା ମୋଦୀଙ୍କ ପ୍ରଥମ ଶ୍ରୀଲଙ୍କା ଯାତ୍ରା । ଏହି ତିନି ଦିନିଆ ଗସ୍ତରେ ଶକ୍ତି, ରକ୍ଷା ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଉପରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking