ଆସାମ: ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀା ଏହି ଅବସରରେ ୫ ହଜାର ୫ ଶହ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବେ । ଏଥିମଧ୍ୟରେ ରହିଛି ବ୍ରହ୍ମପୁତ୍ର ନଦୀ ଉପରେ ୩ ହଜାର କୋଟିର ନିର୍ମିତ ୬ ଲେନ ବିଶିଷ୍ଟ ଭାସ୍କର ବର୍ମା ସେତୁ , ଗୌହୀଟୀ, ଉତ୍ତର ଗୌହାଟୀ ମଧ୍ୟରେ ଯାତ୍ରାର ସମୟକୁ କମ କରିବ । ଏକ ଘଣ୍ଟାର ରାସ୍ତା ମାତ୍ର ୧୦ ମିନିଟରେ ପାର କରିପାରିବେ ଯାତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଆସାମ ଗସ୍ତ ଐତିହାସିକ ହେବାକୁ ଯାଉଛି । କାରଣ ଟିବ୍ରୁଗଡ ଏମର୍ଜେନ୍ସୀ ଲାଣ୍ଡିଂ ଫେସିଲିଟିରେ ମୋଦୀଙ୍କ ବିମାନ ଅବତରଣ କରିବ । ପ୍ରଥମ ଥର କୌଣସି ପ୍ରଧାନମନ୍ତ୍ରୀଙ୍କ ବିମାନ , ବିମାନବନ୍ଦର ପରିବର୍ତ୍ତେ ରାଜମାର୍ଗରେ ଲାଣ୍ଡ କରିବ । ଏଥିସହ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିବ । ରାଫେଲ ଏବଂ ସୁଖୋଇ, ଲଢୁଆ ବିମାନ ଏକ ସ୍ୱତନ୍ତ୍ର ଏରିଏଲ ସୋ କରିବେ । ସେଥିରେ ରାଜମାର୍ଗରେ ବିମାନର ଅବତରଣ ଏବଂ ଟେକଅଫକୁ ପ୍ରଦର୍ଶନ କରାଯିବ । ଏହି ଏରିଏଲ ସୋ ପ୍ରଧାନମନ୍ତ୍ରୀ ମୋଦି ନିଜେ ଉପସ୍ଥିତ ରହି ଦେଖିବାର କାର୍ଯ୍ୟକ୍ରମ ରହିଛି । ଜରୁରୀକାଳୀନ ପରିସ୍ଥିତିରେ ସାମରିକ ଏବଂ ବେସାମରିକ ବିମାନର ଅବତରଣ ଏବଂ ଉଡାଣ ପାଇଁ ଭାରତୀୟ ବାୟୁସେନା ସହିତ ସମନ୍ୱୟରେ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ ଏବଂ ନିର୍ମାଣ କରାଯାଇଛି ।










