ନୂଆଦିଲ୍ଲୀ :ମୋଦୀଙ୍କୁ ମିଳିଲା ନାଇଜେରିଆର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ । ଆଫ୍ରିକୀୟ ଦେଶ ନାଇଜେରିଆ ପକ୍ଷରୁ ନିଜର ଦ୍ୱିତୀୟ ସର୍ବୋଚ୍ଚ ଜାତୀୟ ପୁରସ୍କାର ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜରରେ ସମ୍ମାନିତ କରିଛି । ଏହି ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଦ୍ୱିତୀୟ ବିଦେଶୀ ପ୍ରତିନିଧି । ଏହା ପୂର୍ବରୁ ରାଣୀ ଏଲିଜାବେଥ୍ ହେଉଛନ୍ତି ଏକମାତ୍ର ବିଦେଶୀ ବିଶିଷ୍ଟ ବ୍ୟକ୍ତି ଯିଏ ୧୯୬୯ ମସିହାରେ ପୁରସ୍କାର ପାଇଥିଲେ । ପୁରସ୍କାର ଗ୍ରହଣ କରିବା ପରେ ନାଇଜେରିଆ ରାଷ୍ଟ୍ରପତି ଅହମ୍ମଦ ଟିନୁବୁଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ନାଇଜର୍’ ପୁରସ୍କାରରେ ସମ୍ମାନିତ ହେବା ତାଙ୍କ ପାଇଁ ବଡ଼ ସମ୍ମାନ ବୋଲି ସେ କହିଛନ୍ତି ।