17.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶଆସନ୍ତାକାଲି ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଆସନ୍ତାକାଲି ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦୁଇ ଦିନିଆ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ବୁଧବାର ଅପରାହ୍ନ ୩ଟାରେ ନଭି ମୁମ୍ବାଇରେ ପହଞ୍ଚିବେ । ନବନିର୍ମିତ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ପରିଦର୍ଶନ କରିବେ । ସେଠାରେ ୧୯,୬୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦଘାଟନ କରିବେ । ସେ ଭାରତକୁ ଦୁଇ ଦିନିଆ ଗସ୍ତରେ ଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହିତ ମୁମ୍ବାଇରେ ଭାରତ-ୟୁକେ ବ୍ୟାପକ ରଣନୈତିକ ସହଭାଗୀତା ଏବଂ ଭିଜନ ୨୦୩୫ ରୋଡମ୍ୟାପ୍ ସମୀକ୍ଷା କରିବେ। ଗୁରୁବାର ସକାଳ ପ୍ରାୟ ୧୦ଟାରେ, ପ୍ରଧାନମନ୍ତ୍ରୀ ମୁମ୍ବାଇରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଆତିଥ୍ୟ ଦେବେ । ପ୍ରାୟ ୧.୩୦ ସମୟରେ, ଉଭୟ ପ୍ରଧାନମନ୍ତ୍ରୀ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ସିଇଓ ଫୋରମରେ ଅଂଶଗ୍ରହଣ କରିବେ। ଏହା ପରେ, ପ୍ରାୟ ୨.୪୫ ସମୟରେ, ସେ ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟର ଷଷ୍ଠ ସଂସ୍କରଣରେ ଯୋଗଦେବେ। ସେଠାରେ ନିଜର ଅଭିଭାଷଣ ମଧ୍ୟ ରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking