24.1 C
Bhubaneswar
Sunday, April 5, 2026
Homeଦେଶ ବିଦେଶଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ ମୋଦି

ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କିଣିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ୧ ଲକ୍ଷ ପିଏମ୍‌ ବିଶ୍ୱକର୍ମାଙ୍କୁ ଦକ୍ଷତା ପ୍ରମାଣପତ୍ର ଏବଂ ୭୫ ହଜାର ହିତାଧିକାରୀଙ୍କୁ ଋଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ କାରିଗର ମାନଙ୍କ ଷ୍ଟଲ ପରିଦର୍ଶନ କରିବା ବେଳେ ଜଣେ କାରିଗରଙ୍କ ନିକଟରୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣିଛନ୍ତି। ପ୍ରଧାନମନ୍ତ୍ରୀ କାରିଗରଙ୍କ ସହିତ ପ୍ରଥମେ କଥା ହୋଇଥିଲେ ଏହାପରେ ତାଙ୍କଠାରୁ ମହାପ୍ରଭୁଙ୍କର ଏକ ପ୍ରତିମୂର୍ତ୍ତି କିଣି କ୍ୟୁଆର କୋଡ୍ ସ୍କାନ୍ କରି ୟୁପିଆଇ ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍ ମଧ୍ୟ କରିଥିଲେ। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କର ପ୍ରତିମା କିଣିବା ଏବଂ ଡିଜିଟାଲ ପେମେଣ୍ଟ କରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଅନେକ ପ୍ରଧାନମନ୍ତ୍ରୀଙ୍କର ଏଭଳି ବ୍ୟବହାରକୁ ପ୍ରଶଂସା କରୁଛନ୍ତି ଏବଂ ଏହାକୁ କାରିଗରମାନଙ୍କ କଠିନ ପରିଶ୍ରମକୁ ସ୍ୱୀକାର କରିବା ପାଇଁ ତାଙ୍କର ‘ଅତିରିକ୍ତ ପ୍ରୟାସ’ ବୋଲି ବର୍ଣ୍ଣନା କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking