21.1 C
Bhubaneswar
Saturday, December 6, 2025
Homeଓଡିଶାଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଝାରସୁଗୁଡାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଝାରସୁଗୁଡା: ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁ ସେନାର ସ୍ୱତନ୍ତ୍ର ବିମାନରେ ଆସି ପହଞ୍ଚିଲେ ମୋଦି । ଯୁବ ସମାବେଶରେ ସାମିଲ ହେବେ । ଏଥି ସହିତ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ  ଉଦଘାଟନ କରିବେ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ  ସପ୍ତମ ଓଡିଶା ଗସ୍ତ ।  ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ  ଅଛି ।  ଓଡିଶାର ପାରମ୍ପରିକ କଳା ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ବିମାନ ବନ୍ଦରରୁ ଜେଲ ଛକ ଯାଏଁ  ୨ କିଲୋମିଟର ରୋଡ ସୋ କରି ପ୍ରଧାନମନ୍ତ୍ରୀ  ସିଧାସଳଖ ଅମିଲିପାଲି ପଡିଆ ସଭାସ୍ଥଳରେ ପହଞ୍ଚିବେ । ଦେଢ ଘଣ୍ଟା ଧରି  ସଭାସ୍ଥଳରେ ରହିବେ ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ  ସୁରକ୍ଷା ସୁରକ୍ଷାବଳୟ ଭିତରେ ରହିଛି ଝାରସୁଗୁଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking