29.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ୟୁକ୍ରେନ୍ ଗସ୍ତ କରିଛନ୍ତି । କିଭ୍‌ରେ ପହଞ୍ଚିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । କିଭ୍‌ରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ପୋଲାଣ୍ଡରୁ ୧୦ ଘଣ୍ଟିଆ ଟ୍ରେନ୍ ଯାତ୍ରା କରି କିଭରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l କିଭ୍‌ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ଏହି ସମୟରେ ଭାରତ ମାତା କି ଜୟ ନାରା ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ l ଏହାପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ l ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଉଦ୍ଦେଶ୍ୟ କେବଳ ପାଶ୍ଚାତ୍ୟ ଦେଶଗୁଡିକର ନିରାଶାକୁ ଦୂର କରିବା ନୁହେଁ, ବରଂ ମସ୍କୋକୁ ୟୁକ୍ରେନ ସହିତ ଭାରତ ବୁଝାମଣା କରିବା ପାଇଁ ସଂକେତ ଦେବା l ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ମଧ୍ୟ ଭାରତ ରୁଷର ଆକ୍ରମଣକୁ ନିନ୍ଦା କରିବା ପାଇଁ ମନା କରିଦେଇଛି ଏବଂ ମସ୍କୋରୁ ତେଲ କିଣିବା ଜାରି ରଖିଛି, ଯାହାକି ବିବାଦ ସମୟରେ ରୁଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଚୀନ୍ ସହିତ ଋଷର ଘନିଷ୍ଠ ସମ୍ପର୍କ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି l ୧୯୯୨ରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ ବ୍ୟକ୍ତିଗତ ଏବଂ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିବେ, ଯାହା ରୁଷିଆ-ୟୁକ୍ରେନ ବିବାଦର ସମାଧାନ ଉପରେ ଆଲୋଚନା ହୋଇପାରେ ମଧ୍ୟ କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking