24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶମହିଳା ବିରୋଧୀ ହିଂସାକୁ ନେଇ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ

ମହିଳା ବିରୋଧୀ ହିଂସାକୁ ନେଇ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାଧୀମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଯେଉଁମାନେ ମହିଳା ବିରୋଧୀ ଅପରାଧରେ ସାମିଲ ଅଛନ୍ତି, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ମହାରାଷ୍ଟ୍ରର ଜଲଗାଓଁରେ ଆୟୋଜିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ମୋଦି କୋଲକାତା, ବଦଲାପୁର ଓ ଆସାମରେ ଘଟିଥିବା ମହିଳା ବିରୋଧୀ ହିଂସା ପ୍ରସଙ୍ଗ ଉଠାଇଛନ୍ତି।

ମହିଳା ବିରୋଧୀ ଅପରାଧକୁ ସେ ଅକ୍ଷମଣୀୟ ପାପ ଭାବେ ଅବିହିତ କରିଛନ୍ତି।ସେ କହିଛନ୍ତି, “ମହିଳାମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମୁଁ ପୁଣିଥରେ ସବୁ ରାଜ୍ୟର ସରକାରମାନଙ୍କୁ କହିବାକୁ ଚାହେଁ ଯେ ମହିଳା ବିରୋଧୀ ଅପରାଧ ଅକ୍ଷମଣୀୟ। ଅପରାଧୀ ଯିଏ ବି ହେଉଥାଉ ନା କାହିଁକି, ସେମାନଙ୍କୁ ଆଦୌ ଛଡ଼ା ଯିବା କଥା ନୁହେଁ। ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ଅକ୍ଷୁଣ୍ଣ ରଖିବାର ଦାୟିତ୍ୱ ସମାଜ ଓ ସରକାରଙ୍କର। ଆମେ ମହିଳାଙ୍କ ବିରୋଧରେ ହିଂସା ଘଟାଉଥିବା ଅପରାଧୀଙ୍କ ପାଇଁ ଆଇନକୁ ସଶକ୍ତ କରିବା ସହ ନୂଆ କଠୋର ଆଇନ ପ୍ରଣୟନ କରିଛୁ।

ଯିଏ ଶୋଷିତ ହୁଏ, ତାଙ୍କୁ ରକ୍ଷା କରାଯିବା ଉଚିତ ନୁହେଁ। ଯେଉଁମାନେ ତାଙ୍କୁ ସାହାଯ୍ୟ କରନ୍ତି ସେମାନଙ୍କୁ ମଧ୍ୟ କ୍ଷମା ଦେବା ଉଚିତ ନୁହେଁ। ଡାକ୍ତରଖାନା, ବିଦ୍ୟାଳୟ, କାର୍ଯ୍ୟାଳୟ ହେଉ କିମ୍ବା ଅନ୍ୟ କେଉଁ କାର୍ଯ୍ୟାଳୟ ଯେଉଁଠି ବି ଏହି ମାମଲାକୁ ନେଇ ଅବହେଳା ହୋଇଛି ତା’ର ହିସାବ ହେବା ଦରକାର। ଉପର ମହଲାରୁ ତଳ ମହଲା ଯାଏଁ ସବୁଠି ଏହି ବାର୍ତ୍ତା ଯିବା ଉଚିତ ଯେ ଏହି ପାପ ଅକ୍ଷମଣୀୟ ଅଟେ। ଏକ ସମାଜ ତଥା ସରକାର ଭାବରେ ଆମର ଏହା ବଡ ଦାୟିତ୍ୱ ଯେ ଆମ ସରକାରରେ ଯେଉଁମାନେ ମହିଳାଙ୍କ ଉପରେ ଅତ୍ୟାଚାର କରଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏନେଇ କଡା ଆଇନ୍‌ ଆସିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୧ ଲକ୍ଷ ନୂଆ ଲକ୍ଷପତିି ଦିଦିଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି । ଏଥିପାଇଁ ପିଏମ୍ ମୋଦି ଆଜି ମହାରାଷ୍ଟ୍ରର ଜଲଗାଁଓ ଯାଇଛନ୍ତି । ଜଲଗାଁଓରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀରେ ମୋଦି ଯୋଗଦେଇଥିଲେ । ମୋଦି ସରକାରଙ୍କ ତୃତୀୟ ପାଳିରେ ନୂଆ କରି ଲକ୍ଷପତି ବନିଥିବା ୧୧ ଲକ୍ଷ ମହିଳାଙ୍କୁ ସାର୍ଟିଫିକେଟ୍ ଦେବା ସହ ସମ୍ମାନିତ କରିଥିଲେ। ଏଥିସହ ଦେଶବ୍ୟାପୀ ଲକ୍ଷପତି ଦିଦିଙ୍କ ସହ ସେ ଆଲୋଚନା କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୫ ଶହ କୋଟିର ଏକ ରିଭଲଭିଙ୍ଗ ଫଣ୍ଡ ଘୋଷଣା କରିଥିଲେ । ଏହାଦ୍ୱାରା ପ୍ରାୟ ୪୮ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପକୃତ ହେବେ । ଏଥିସହ ୨୬ ଲକ୍ଷ ଏସଏଚଜି ଗ୍ରୁପଙ୍କୁ ସହାୟତା ପାଇଁ ମୋଦି ୫ ହଜାର କୋଟିର ଏକ ବ୍ୟାଙ୍କ ଲୋନକୁ ମଧ୍ୟ ମଞ୍ଜୁର ନେଇ ଘୋଷଣା କରିଥିଲେ । ଲଖପତି ଦିଦି ଯୋଜନାରେ ଏଯାଏଁ ୧କୋଟି ମହିଳା ଲକ୍ଷପତି ବନିସାରିଲେଣି । ଏହି ସଂଖ୍ୟାକୁ ୩ କୋଟିରେ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking