ଝାରସୁଗୁଡା: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡାର ଯୁବ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ବିଜେପି କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ସପ୍ତମ ଓଡିଶା ଗସ୍ତ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ଅଛି । ନିଜେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୨୦ ମିନିଟରେ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ବାହାରି ଝାରସୁଗୁଡା ବିମାନ ବନ୍ଦରରେ ଦିନ ୧୧ଟା ୧୦ ମିନିଟରେ ପହଞ୍ଚିବେ । ବିମାନ ବନ୍ଦରରୁ ଜେଲ ଛକ ଯାଏଁ ୨ କିଲୋମିଟର ରୋଡ ସୋ କରି ପ୍ରଧାନମନ୍ତ୍ରୀ ସିଧାସଳଖ ଅମିଲିପାଲି ପଡିଆ ସଭାସ୍ଥଳରେ ପହଞ୍ଚିବେ । ଦେଢ ଘଣ୍ଟା ଧରି ସଭାସ୍ଥଳରେ ରହିବେ ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ସୁରକ୍ଷାବଳୟ ଭିତରେ ରହିଛି ଝାରସୁଗୁଡା ।










