29.1 C
Bhubaneswar
Monday, February 2, 2026
Homeଓଡିଶାରାଷ୍ଟ୍ରପତି ଗସ୍ତ: ଟ୍ରାଫିକ୍ କଟକଣା

ରାଷ୍ଟ୍ରପତି ଗସ୍ତ: ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । କେଉଁ ସମୟରେ କେଉଁ ରାସ୍ତାରେ ସାଧାରଣ ଯାନ ଚଳାଚଳ ମନା ସେନେଇ ସୂଚନା ଜାରି କରାଯାଇଛି । ଆଜି ସନ୍ଧ୍ୟା ୬ଟା ୨୦ରୁ ୬ଟା ୫୫ ପର୍ଯ୍ୟନ୍ତ ଏୟାରପୋର୍ଟରୁ ଏଜି ଛକ ରାସ୍ତାରେ ଯାତାୟତ ମନା କରାଯାଇଛି । କାଲି ସକାଳ ୮ଟା ୧୫ରୁ ୮ଟା ୪୫ ଲୋକଭବନରୁ ଏୟାରପୋର୍ଟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ମନା କରାଯାଇଛି । ୬ ତାରିଖ ଅପରାହ୍ନ ୧ଟା, ୩ଟା ୫୫, ସନ୍ଧ୍ୟା ୫ଟା ୧୫ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି । ୭ତାରିଖ ସକାଳ ୮ଟା ୫୦ରୁ ୯ଟା ୨୦ ପର୍ଯ୍ୟନ୍ତ ଲୋକଭନରୁ ଏୟାରପୋର୍ଟ ରାସ୍ତାରେ ଯାତାୟତ ମନା କରାଯାଇଛି । ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ । ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରାଷ୍ଟ୍ରପତି ଗସ୍ତ ନେଇ ୨ ଜିଲ୍ଲାରେ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ବାଲେଶ୍ୱରରେ ୩୦ ଓ ମୟୂରଭଞ୍ଜରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଆସନ୍ତାକାଲି ବାଲେଶ୍ୱର ଏବଂ ୪ ଓ ୫ ଦୁଇ ଦିନ ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି ।

ଆସନ୍ତାକାଲି ଯାଜପୁରରେ ୪୮ଟି ସ୍କୁଲ ଛୁଟି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking