25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶରାଷ୍ଟ୍ରପତିଙ୍କ ମେୱାର ସିଟି ପ୍ୟାଲେସ୍ ପରିଦର୍ଶନ; ମେୱାର-ଓଡ଼ିଶା ଗୌରବମୟ ଇତିହାସ ସମ୍ପର୍କରେ ଚର୍ଚ୍ଚା

ରାଷ୍ଟ୍ରପତିଙ୍କ ମେୱାର ସିଟି ପ୍ୟାଲେସ୍ ପରିଦର୍ଶନ; ମେୱାର-ଓଡ଼ିଶା ଗୌରବମୟ ଇତିହାସ ସମ୍ପର୍କରେ ଚର୍ଚ୍ଚା

ଉଦୟପୁର : ମେୱାରର ରାଜପରିବାରର ଆମନ୍ତ୍ରଣକ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଉଦୟପୁରସ୍ଥିତ ସିଟି ପ୍ୟାଲେସ ପରିଦର୍ଶନ କରିଛନ୍ତି। ରାଜପରିବାର ସଦସ୍ୟ ଡ. ଲକ୍ଷ୍ୟରାଜ ସିଂହ ରାଷ୍ଟ୍ରପତିଙ୍କୁ ମେୱାର ପରମ୍ପରା ଅନୁଯାୟୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତିଙ୍କ ସହିତ ରାଜସ୍ଥାନ ରାଜ୍ୟପାଳ ହରିଭାଉ କିଶନରାଓ ବାଗଡ଼େ ଓ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଡା. ପ୍ରେମଚାନ୍ଦ ବୈରୱା ମଧ୍ୟ ସିଟି ପ୍ୟାଲେସ ପରିଦର୍ଶନ କରିଥିଲେ। ଲକ୍ଷ୍ୟରାଜ ଏହି ଅବସରରେ ମେୱାର ମହାରାଣାମାନଙ୍କ ଦେଶପ୍ରେମ, ତ୍ୟାଗ, ବଳିଦାନ ଓ ସ୍ୱାଭିମାନର ଗୌରବମୟ ଇତିହାସ ସଂପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ସେମାନଙ୍କ ମଧ୍ୟରେ ମେୱାର ଏବଂ ଓଡ଼ିଶାର ଐତିହାସିକ ସଂପର୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ରାଜପ୍ରସାଦରେ ସାକ୍ଷାତ ଆଲୋଚନା ସମୟରେ ଲକ୍ଷ୍ୟରାଜଙ୍କ ଧର୍ମପତ୍ନୀ ରାଣୀ ନିଭୃତି କୁମାରୀଙ୍କ ସମେତ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ନିଭୃତି କୁମାରୀ ହେଉଛନ୍ତି ବଲାଙ୍ଗୀର ରାଜପରିବାରର ତଥା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଏକମାତ୍ର କନ୍ୟା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking