ନୂଆଦିଲ୍ଲୀ: ଓଡିଆ ନବବର୍ଷ, ପଣା ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପଣା ସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ । ଦେଶ ପାଇଁ ସମର୍ପିତ ହୋଇ କାଯ୍ୟ କରିବାକୁ ପ୍ରେରଣା ଦେଇଥାଏ । ଏହି ଅବସରରେ ସମସ୍ତଙ୍କର ସୁଖସମୃଦ୍ଧି କାମନା କଲେ ରାଷ୍ଟ୍ରପତି । ଏହା ସହିତ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ବର୍ଷ ଆପଣଙ୍କ ସ୍ୱପ୍ନ ସାକାର ବର୍ଷ ହେଉ । ଆପଣଙ୍କ ଜୀବନ ସୁଖ , ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ।