19.1 C
Bhubaneswar
Tuesday, February 10, 2026
Homeଓଡିଶାଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ରାଜ୍ୟ ବର୍ଗରେ ଓଡିଶା ପ୍ରଥମ, ଦ୍ୱିତୀୟରେ ୟୁପି

ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ରାଜ୍ୟ ବର୍ଗରେ ଓଡିଶା ପ୍ରଥମ, ଦ୍ୱିତୀୟରେ ୟୁପି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ନୂଆଦିଲ୍ଲୀଠାରେ ୫ମ ଜାତୀୟ ଜଳ ପୁରସ୍କାର-୨୦୨୩ ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ଜଳ ଉପଭୋକ୍ତା ସଂଘ ଏବଂ ଶ୍ରେଷ୍ଠ ନାଗରିକ ସମାଜ ଆଦି ୯ଟି ବର୍ଗରେ ମୋଟ୍ ୩୮ଟି ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାନୁସାରେ ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ ଓ ଉତ୍ତରପ୍ରଦେଶକୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଛି।

ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଜଳ ଜୀବନ ମିଶନ ଅଧୀନରେ ସରକାର ଦେଶର ୭୮%ରୁ ଅଧିକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଜଳ ସଂଯୋଗ ପ୍ରଦାନ କରିଛନ୍ତି। ୨୦୧୯ରେ ଯେତେବେଳେ ଏହି ମିଶନ ଆରମ୍ଭ ହୋଇଥିଲା ସେତେବେଳେ ମାତ୍ର ୧୭% ଗ୍ରାମୀଣ ପରିବାର ସୁରକ୍ଷିତ ଜଳ ପାଇଥିଲେ। ଜଳ ଜୀବନ ମିଶନ ଯୋଗୁଁ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଜୀବନରେ ଯଥେଷ୍ଟ ଉନ୍ନତି ଆସିଛି। ଜଳ ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ମୁର୍ମୁ ମଧ୍ୟ ଦେଶର ଭୂତଳ ଜଳ ସ୍ଥିତି ହ୍ରାସ ନେଇ ଚିନ୍ତା ପ୍ରକଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking