23.1 C
Bhubaneswar
Tuesday, February 3, 2026
Homeଓଡିଶାବିରଜା ମନ୍ଦିରରେ ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ବିରଜା ମନ୍ଦିରରେ ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ଯାଜପୁର: ମା’ ବିରଜା ମନ୍ଦିର ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିରଜା ମନ୍ଦିରରେ ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମନ୍ଦିର ପରିସରରେ ଦେଢ ଘଣ୍ଟା ରହି  ନାଭିଗୟାରେ ପିଣ୍ଡଦାନ ସହ ମା’ ବିରଜାଙ୍କୁ ଦର୍ଶନ କରିଛନ୍ତି । ଯାଜପୁର ପରେ ବାଲେଶ୍ବର ଯାଇ ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ପ୍ରଥମ ଯାଜପୁର ଗସ୍ତକୁ ଐତିହାସିକ ଓ ସ୍ମରଣୀୟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରାଯାଇ ନାହିଁ ।  ଯାଜପୁର ସହରକୁ ସଂପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ସହରରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହିତ ବିଭିନ୍ନ ଜାଗାରେ କମାଣ୍ଡାଣ୍ଟ୍‌ ରାଙ୍କ୍‌ର ଅଫିସର, ୩ ଜଣ ଏସ୍‌ପି ରାଙ୍କ୍‌ର ଅଧିକାରୀ ଓ ୩୦ ଜଣ ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର ରାଙ୍କର ଅଧିକାରୀ ନିୟୋଜିତ ହୋଇଛନ୍ତି ।  ୬ଦିନିଆ ଗସ୍ତରେ ଆସି ଗତକାଲି ଭୁବନେଶ୍ବରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ବାଗତ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟ ସଚିବ ଅନୁ ଗର୍ଗ ଓ ଡିଜିପି ୱାଇବି ଖୁରାନିଆ ।  ବିମାନବନ୍ଦରରୁ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିଥିଲେ ମହାମହିମ । ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି, ଆର୍‌ଡିସି, ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ।  କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking