ନୂଆଦିଲ୍ଲୀ : ଓଡିଶା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଓଡିସାବାସୀଙ୍କ ଅବଦାନକୁ ମନେ ପକାଇବାର ଦିନ । ଓଡିଶାବାସୀ ଓଡିଶାର ଉନ୍ନତି ନିମନ୍ତେ କଠିନ ପରିଶ୍ରମ କରିଆସିଛନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡିଶା ଗୁରୁତ୍ୱପୂଣ୍ଣ । ଆଧୁନିକ ଭାରତର ଅନେକ ବିନ୍ଧାଣିଙ୍କୁ ଏହି ରାଜ୍ୟ ଜନ୍ମ ଦେଇଛି । ଓଡିଶାର ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି । ରାଷ୍ଟ୍ରପତିଙ୍କ ସହ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କହିଛନ୍ତି , ଏହି ଦିବସ ଓଡିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ । ଓଡିଶାର ଇତିହାସ , ସାହିତ୍ୟ ଓ ସଂଗୀତକୁ ନେଇ ଭାରତ ଗର୍ୱିତ । ଓଡିଶାବାସୀ କଠିନ ପରିଶ୍ରମୀ ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଛନ୍ତି । କେନ୍ଦ୍ର ଏବଂ ଓଡିଶା ସରକାର ରାଜ୍ୟର ପ୍ରଗତି ପାଇଁ ବ୍ୟାପକ ଭାବେ କାଯ୍ୟ କରୁଛନ୍ତି ।