ଭୁବନେଶ୍ୱର : ଆସନ୍ତା ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ। ବୁଧବାର ୧୦ଟାରେ ବାଙ୍ଗିରିପୋଷି ଷ୍ଟେସନ ପହଁଞ୍ଚିବେ। ୩ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ବାଙ୍ଗିରିପୋଷି-ଗୋରୁମହଁଷିଆଣି, ଚକୁଲିଆଣି-ବୁଢ଼ିଆଣି, ବାଦାମପାହାଡ଼-କେନ୍ଦୁଝରଗଡ଼ ପ୍ରକଳ୍ପର ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ। ସେହିପରି ଆସନ୍ତା ୨୪ ତାରିଖ ସକାଳେ ରାଷ୍ଟ୍ରପତି ପୁରୀ ଯିବେ । ସେଠାରୁ ଫେରି ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିଦିନ ଭୁବନେଶ୍ୱର କୋର୍ଟ ଉଦଘାଟନ କାର୍ଯ୍ୟକ୍ରମରେ ରହିଥିବା ସୂଚନା ମିଳିଛି।