16.1 C
Bhubaneswar
Wednesday, January 14, 2026
Homeଓଡିଶାଆଜି ନିଜ ଜନ୍ମ ମାଟିକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଆଜି ନିଜ ଜନ୍ମ ମାଟିକୁ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ମୟୁରଭଞ୍ଜ : ୫ ଦିନିଆ ଓଡିଶା ଗସ୍ତରେ  ଥିବା   ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଆଜି ନିଜ ଗାଁ  ମୟୁରଭଞ୍ଜ ଉପରବେଡା ଗସ୍ତରେ ଯିବେ। ଏହା ପୂର୍ବରୁ ସକାଳେ ଭୁବନେଶ୍ୱରରେ କିଛି କାର‌୍ୟ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି। ସୂଚନା ଅନୁସାରେ ଆଜି ସକାଳ ୮ଟା ୫୫ରେ ରାଜଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମହାପରିନିର୍ବାଣ ଦିବସ ଅବସରରେ ପୁଷ୍ପମାଲ୍ୟାର୍ପଣ କରିବେ। ପରେ ଭୁବନେଶ୍ୱର ବିମାନ ବନ୍ଦରରୁ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନ ବନ୍ଦରକୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉଡ଼ାଣ ଭରିବେ।  କଲେଇକୁଣ୍ଡା ବିମାନ ବନ୍ଦରରୁ ଏମଆଇ ୧୭ ବିମାନ ଯୋଗେ ସେ ମଯୂରଭଞ୍ଜ ବାଦାମପାହାଡ ସ୍ଥିତ ରଙ୍ଗମାଟିଆ ହେଲିପ୍ୟାଡରେ ପହଞ୍ଚିବେ।  ସେଠାରୁ ସେ ସଡକପଥରେ ଉପରବେଡ଼ା ସରକାରୀ ୟୁପି ସ୍କୁଲ ପରିଦର୍ଶନରେ ଯିବେ।  ଏହା ପରେ ସେ ଉରବେଡା ସ୍ଥିତ ନିଜ ବାସଭବନକୁ ଯିବେ। ପରେ ସେ ଅନ୍ୟାନ୍ୟ କାର‌୍ୟ୍ୟକ୍ରମରେ ସାମିଲ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking