26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଟିମୋର ଲେଷ୍ଟେର ସର୍ବୋଚ୍ଚ ବେସାମରିକ ସମ୍ମାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଟିମୋର ଲେଷ୍ଟେର ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନିଜ ତ୍ରିରାଷ୍ଟ୍ର (ଫିଜି, ନ୍ୟୁଜିଲାଣ୍ଡ ଏବଂ ଟିମୋର ଲେଷ୍ଟେ) ଗସ୍ତର ଅନ୍ତିମ ଚରଣରେ ଟିମୋର ଲେଷ୍ଟେରେ ଯାଇ ପହଞ୍ôଚଛନ୍ତି। ଏଠାରେ ପହଞ୍ôଚବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ସହ ପାଛୋଟି ନିଆଯାଇଥିଲା। ସେଠାକାର ରାଷ୍ଟ୍ରପତି ଯୋଶେ ରାମୋସ୍‌-ହୋର୍ତ୍ତା ନିଜେ ବିମାନବନ୍ଦରରେ ଉପସ୍ଥିତ ରହି ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ କରିଥିଲେ। ପରେ ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ, ସେଠାକାର ରାଷ୍ଟ୍ରପତି ଭବନକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଶ୍ରୀମତୀ ମୁର୍ମୁ ଏହି ଅବସରରେ ଟିମୋର ଲେଷ୍ଟେ ପ୍ରଧାନମନ୍ତ୍ରୀ କେ ରାଲା ଜାନାନା ଗୁସମାଓଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।

ଟିମୋର ଲେଷ୍ଟେ ରାଷ୍ଟ୍ରପତି ଯୋଶେ ରାମୋସ୍‌-ହୋର୍ତ୍ତା, ଶ୍ରୀମତୀ ମୁର୍ମୁଙ୍କୁ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦି ଗ୍ରାଣ୍ଡ୍‌-କଲାର ଅଫ୍ ଦି ଅର୍ଡର ଅଫ୍ ଟିମୋର-ଲେଷ୍ଟେ’ରେ ସମ୍ମାନିତ କରାଯାଇଥିଲା। ଏତଦ୍‌ବ୍ୟତୀତ ଭାରତ ଏବଂ ଟିମୋର ଲେଷ୍ଟେ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏବଂ ଟିମୋର ଲେଷ୍ଟେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ମୁଖ୍ୟତଃ ଦ୍ୱିପାକ୍ଷିକ ସୁରକ୍ଷା, ସହଯୋଗ, ଯୋଗାଯୋଗ, ବାଣିଜ୍ୟ ଏବଂ ପର୍ଯ୍ୟଟନ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ନିଜ ଗସ୍ତ ଅବସରରେ ଟିମୋର ଲେଷ୍ଟେ ଗସ୍ତ ଅବସରରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁଲିନାହାନ୍ତି। ନିଜ ସମ୍ବୋଧନରେ ଶ୍ରୀମତୀ ମୁର୍ମୁ ଦୁଇ ଦେଶ ମଧ୍ୟରେ ରହିଥିବା ସୁଦୃଢ଼ ସମ୍ପର୍କର ସୂତ୍ରଧର ସାଜିଥିବାରୁ ଭାରତୀୟ ସମୁଦାୟକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ମଧ୍ୟରେ ଏହି ସମ୍ପର୍କକୁ ଆହୁରି ବ୍ୟାପକ କରିବା ଦିଗରେ ସେମାନେ ନିଜ ପ୍ରୟାସ ଜାରି ରଖିବାକୁ ମଧ୍ୟ ଶ୍ରୀମତୀ ମୁର୍ମୁ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking