25.1 C
Bhubaneswar
Tuesday, February 3, 2026
Homeଓଡିଶାପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିଲେ। ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ। ଆଜି ପୁରୀରେ ରାତ୍ରିଯାପନ କରିବେ। କାଲି ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବେ। ପିଣ୍ଡଦାନ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଆଜି ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡିଶା ଗସ୍ତର ଦ୍ୱିତୀୟ ଦିନ । ସକାଳ ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯାଜପୁରରେ ପହଞ୍ଚିଥିଲେ । ସେଠାରେ ନାଭିଗୟାରେ ପିଣ୍ଡଦାନ ସହ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ଏହାପରେ ବାଲେଶ୍ୱରରେ ଏଫଏମ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ମହାମହିମ । ତାଙ୍କ ଭାଷଣରେ, ଭାରତର ପ୍ରଗତି ପାଇଁ ସମାଜର ସମସ୍ତ ବର୍ଗରେ ଅଭିବୃଦ୍ଧି, ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଦୃଷ୍ଟିକୋଣ ହାସଲ କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking