ନୂଆଦିଲ୍ଲୀ: ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଶୋକ । ଶୋକ ପ୍ରକାଶ କରି କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ଭାରତୀୟ ସିନେମା ପାଇଁ ଅପୂରଣୀୟ କ୍ଷତି । ଦଶନ୍ଧି ଦଶନ୍ଧିର ଲମ୍ବା କ୍ୟାରିୟରର ଅଭିନୟ ସ୍ମରଣୀୟ ହୋଇ ରହିବ । ସେ ଯେଉଁ ଉତ୍ତରାଧିକାରୀ ଛାଡି ଯାଇଛନ୍ତି ପର ପିଢି ପାଇଁ ପ୍ରେରଣା ଦେବ । ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ଶେଷ ଦର୍ଶନ ପାଇଁ ଶ୍ମଶାନ ଘାଟରେ ସେଲିବ୍ରିଟଙ୍କ ଭିଡ । ମୁମ୍ବାଇ ଭିଲେ ପାର୍ଲେ ସ୍ଥିତ ଶ୍ମଶାନ ଘାଟରେ ସେଲିବ୍ରିଟିଙ୍କ ଭିଡ ଜମିଛି । ଶ୍ମଶାନ ଘାଟରେ ପହଞ୍ଚିଛନ୍ତି ଅମିତାଭ ବଚନ, ପୁଅ ଅଭିଷେକ ଓ ଅମିର ଖାନ୍ ।










