29.1 C
Bhubaneswar
Monday, March 23, 2026
Homeଓଡିଶାଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳଙ୍କ ସହ ପ୍ରସ୍ତୁତି ବୈଠକ

ଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳଙ୍କ ସହ ପ୍ରସ୍ତୁତି ବୈଠକ

ଯାଜପୁର : ଯାଜପୁର ଜିଲ୍ଲା ପାଳ ଙ୍କ କାର୍ଯ୍ୟl ଳୟଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ କହିଲେ ଆସନ୍ତା ୨୯.୧୦.୨୦୨୪ ଠାରୁ ୨୮.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲିବ। ଏହା ପୂର୍ବରୁ ୨୦.୦୮.୨୦୨୪ ରିଖ ଠାରୁ ୧୮.୧୦.୨୦୨୪ ରିଖ ପଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ (ବି.ଏଲ୍.ଓ) ମାନଙ୍କ ଦ୍ଵାରା ଘରକୁ ଘର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ପୋଲିଂ ଷ୍ଟେସନ ଗୁଡିକରେ ଯୁକ୍ତିଯୁକ୍ତ ଓ ପୁନଃବ୍ୟବସ୍ଥା ,ଭୋଟର ତାଲିକା ରେ ଥିବା ତ୍ରୁଟି ଦୂର କରିବା,ତାଲିକାରେ ଥିବା ଅସ୍ପଷ୍ଟ ଫୋଟୋ ଜାଗାରେ ଉତ୍କର୍ଷ ଫୋଟୋ ପୁନଃସ୍ଥାପନ, ପୋଲିଂ ଷ୍ଟେସନ ସ୍ଥାନ ନିରୂପଣ, କଣ୍ଟ୍ରୋଲ ଟେବଲ ଅଧୁନାତନ କରିବା କାର୍ଯ୍ୟ ସମ୍ପାଦନ ହେବ। ଆସନ୍ତା ୨୯.୧୦.୨୦୨୪ ରିଖରେ ଏକିକରଣ ଭୋଟର ତାଲିକା ପ୍ରକାଶନ କରାଯିବ। ଆସନ୍ତା ୨୯.୧୦.୨୦୨୪ ରୁ ୨୮.୧୧.୨୦୨୪ ପର୍ଯ୍ୟନ୍ତ ଆପତ୍ତି ଏବଂ ଅଭିଯୋଗ ଗ୍ରହଣ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ଆଦେଶ ମତେ ଏହି ଅବଧି ମଧ୍ୟରେ ଶନିବାର ଓ ରବିବାର ଗୁଡ଼ିକ ସ୍ଵତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରାଯିବ।୨୪.୧୨.୨୦୨୪ ରିଖ ଦିନ ସମସ୍ତ ଆପତ୍ତି ଅଭିଯୋଗ ଗୁଡ଼ିକ ଫୈସଲା ହେବ।ଆସନ୍ତା ୨୦୨୫ ମସିହା ଜାନୁଆରୀ ୬ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ,ଡେପୁଟି କଲେକ୍ଟର,ନିର୍ବାଚନ ଶ୍ରୀ ରଶ୍ମିରଂଜନ ମଲ୍ଲିକ, ଡେପୁଟି କଲେକ୍ଟର, ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରଶ୍ମିତା ସ୍ୱାଇଁ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking