23.1 C
Bhubaneswar
Wednesday, December 31, 2025
Homeଓଡିଶାଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତି

ଜିରୋ ନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା । ସରିଯିବ ୨୦୨୫ । ନୂଆବର୍ଷକୁ ବେଶ ଧିମଧାମରେ ସ୍ୱାଗତ କରିବେ ଲୋକେ । ଜିରୋ ନାଇଟ ସେଲିବ୍ରେସନ କରି ରାତି ୧୨ଟା ପରେ ନୂଆ ବର୍ଷକୁ ସ୍ୱାଗତ କରିବେ । ଏଥିପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ହୋଟେଲ ଠୁ ଆରମ୍ଭ କରି ପପ ସବୁଠି ବ୍ୟାପକ ପ୍ରସ୍ତୁତି । ଏପଟେ ନୂଆବର୍ଷ ପାଇଁ କଡା ସୁରକ୍ଷା ବଳୟରେ ରହିବ ଟ୍ୱିନ ସିଟି । ବିଶେଷ କରି ଆଜି କମିଶନରେଟ ପୋଲିସ ପକ୍ଷରୁ ଚେକିଂ କୁ କଡାକଡି କରାଯିବ । ସିସିଟିଭି ନଜରରେ ରହିବ ପୂରା ସହର । ନିୟମ ଖିଲାଫକାରୀଙ୍କ ପାଇଁ ରହିବ ପୋଲିସର ଜିରୋ ଟଲେରାନ୍ସ ନୀତି । ରାଜଧାନୀରେ ୧୮ଟି ସ୍ଥାନରେ ନାକାବନ୍ଦୀ ରହିବ । ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ ତାର ଭୁବନଶ୍ୱରର ଦାୟିତ୍ୱରେ ରହିବେ । ଜିରୋ ନାଇଟର ରାତି ୧୨ଟା ପରେ ନଜର ରଖିବ କ୍ୱିକ ରିଆରକ୍ସନ ଟିମ । ଯେଉଁମାନେ ଆପାର୍ଟମେଣ୍ଟ, କଲୋନୀରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଚାହୁଁଛନ୍ତି । ଯାହା ନିୟମ ହୋଇଛି ତାହା ମାନିବା ପାଇଁ ବାଧ୍ୟ । ଡିଜେ ବଜାଇବାକୁ କାହାରିକୁ ଅନୁମତି ନାହିଁ । ସେହିଭଳି ସହରରେ ଥିବା ୪ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ନନ୍ଦନକାନନ, ଧଉଳି, ଖଣ୍ଡଗିରି , ଲିଙ୍ଗରାଜ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିଶନରେଟ ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking