34.1 C
Bhubaneswar
Thursday, April 2, 2026
Homeଓଡିଶାପ୍ରେମ୍‌‍ ସଭାପତିଙ୍କ ଜୟନ୍ତୀ ସମାବେଶରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ

ପ୍ରେମ୍‌‍ ସଭାପତିଙ୍କ ଜୟନ୍ତୀ ସମାବେଶରେ ବିଭିନ୍ନ ବକ୍ତାଙ୍କ ଉଦବୋଧନ

ସମାଜର ଦଳିତ, ପତିତ ଜନତାଙ୍କ ତ୍ରାଣକର୍ତ୍ତା ଡ଼. ଜାକୋବ୍‌‍ ଥୁଣ୍ଡିଲ
ମାଣ୍ଡିଆପଲ୍ଲୀ/ବ୍ରହ୍ମପୁର, : ଭାରତ ବର୍ଷର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରେମର ପ୍ରତିଷ୍ଠାତା ସଭାପତି ଡ଼. ଜାକୋବ୍‌‍ ଥୁଣ୍ଡିଲ କେବଳ ଜଣେ ସମାଜସେବୀ ନୁହନ୍ତି ବରଂ ସମାଜର ଦଳିତ, ପତିତ ଜନତାଙ୍କ ତ୍ରାଣକର୍ତ୍ତା ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ସୋମବାର ମାଣ୍ଡିଆପଲ୍ଲୀସ୍ଥିତ ପ୍ରେମ୍‌‍ କାର୍ଯ୍ୟାଳୟ ପରିସରରେ ତାଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ସମାବେଶରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ପ୍ରକାଶଥାଉକି, ଦୀର୍ଘ 42 ବର୍ଷ ଧରି ଡ଼. ଜାକୋବଙ୍କ ଅଙ୍ଗୀକାରବଦ୍ଧତା ଓ ନିଷ୍ଠାପର ଉଦ୍ୟମରେ ଲକ୍ଷାଧିକ ଦଳିତ ଆଦିବାସୀ ଛାତ୍ରଛାତ୍ରୀ ଆଜି ଦେଶ ବିଦେଶର ବିଭିନ୍ନ ଅଞ୍ଚଳରେ ରୋଜଗାରକ୍ଷମ ହୋଇପାରିଛନ୍ତି । ଡ଼. ଜାକୋବଙ୍କ ହାତଗଢ଼ା ଅନୁଷ୍ଠାନ ପ୍ରେମ ଚାରି ଦଶନ୍ଧି ତଳୁ ଯେଉଁ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଚିନ୍ତା କରିଥିଲା, ରାଜ୍ୟ ସରକାର ସେହି କାର୍ଯ୍ୟ ପ୍ରଣାଳୀକୁ ଆଜି ଆପଣେଇ ନେଇଛନ୍ତି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।
ଏହି ସମାବେଶରେ ପ୍ରେମର ସମ୍ପାଦକ ଚାକୋ ପାରୁବାନାନି, ସିପିଆଇ (ଏମ) ନେତା ଅଳି କିଶୋର ପଟ୍ଟନାୟକ, ଆମେରିକାସ୍ଥିତ ଟେକ୍ସମୋ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ହରିଅର୍ଜୁନ ପାତ୍ର, ମାଣ୍ଡିଆପଲ୍ଲୀସ୍ଥିତ ସିରିଡ଼ି ସାଇବାବା ମନ୍ଦିରର ପ୍ରତିଷ୍ଠାତା ଦେବାଶିଷ ମିଶ୍ର (ମୁମ୍ୱାଇ), ବରିଷ୍ଠ ସାମ୍ୱାଦିକ, ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ, କୁମାର ପ୍ରଶାନ୍ତ, ପ୍ରଶାସନିକ ଅଧିକାରୀ ଅନୀଲ ଚୌଧୁରୀ, ପ୍ରେମର ପରିଚାଳନା କମିଟି ସଦସ୍ୟ ପଦ୍ମାରାଜୁ, ଲୋକ ସମ୍ପର୍କ ଅଧିକାରୀ ରତନ ମିଶ୍ର, ଭାଲେରିଆନ ଡି ଲିମା, ରବି ମହାନ୍ତି ପ୍ରମୁଖ ଯୋଗଦେଇ ଡ଼. ଜାକୋବଙ୍କ ବିକାଶମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଥିଲେ । ପ୍ରେମର ବିଭିନ୍ନ ଶାଖା ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ପ୍ରେମ ସହଯୋଗରେ ଉଚ୍ଚଶିକ୍ଷା ଲାଭ କରି ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଛାତ୍ରଛାତ୍ରୀମାନେ ନିଜ ନିଜର ଅଭିଜ୍ଞତା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପ୍ରେମର ବରିଷ୍ଠ କର୍ମଚାରୀ ସୁଧୀର ଦିଗାଲ । ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ଶୁଭେଚ୍ଛୁ ଯୋଗ ଦେଇଥିଲେ ।
ବଳରାମ ପଣ୍ଡା ନିଜ ରଚିତ ଡ଼. ଜାକୋବଙ୍କ ସମ୍ପର୍କରେ ଏକ ସଂଗୀତ ଗାନ କରିଥିବା ବେଳେ ଶେଷରେ ସଂଯୁକ୍ତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking